ମାଲିରେ ଅପହୃତ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ: ବିଦେଶ ମନ୍ତ୍ରୀଙ୍କୁ ଟ୍ବିଟ୍‌ କଲେ ନବୀନ ଓ ବିଭୂତି

Advertisment

ପଶ୍ଚିମ ଆଫ୍ରିକାର ମାଲିରେ ଆତଙ୍କବାଦୀ ସଙ୍ଗଠନ ତରଫରୁ ଅପହୃତ ଓଡ଼ିଆ ଯୁବକଙ୍କ ସଂପର୍କରେ କୌଣସି ଖବର ଆସି ନାହିଁ। ସେପଟେ ପୁଅର ଫେରିବା ବାଟକୁ ପରିବାରବର୍ଗ ଅପେକ୍ଷା କରି ରହିଛନ୍ତି।

ପଶ୍ଚିମ ଆଫ୍ରିକାର ମାଲିରେ ଆତଙ୍କବାଦୀ ସଙ୍ଗଠନ ତରଫରୁ ଅପହୃତ ଓଡ଼ିଆ ଯୁବକଙ୍କ ସଂପର୍କରେ କୌଣସି ଖବର ଆସି ନାହିଁ। ସେପଟେ ପୁଅର ଫେରିବା ବାଟକୁ ପରିବାରବର୍ଗ ଅପେକ୍ଷା କରି ରହିଛନ୍ତି।

dgdgdvcvcv

ହିଞ୍ଜିଳିକାଟୁ/ବ୍ରହ୍ମପୁର: ପଶ୍ଚିମ ଆଫ୍ରିକାର ମାଲିରେ ଆତଙ୍କବାଦୀ ସଙ୍ଗଠନ ତରଫରୁ ଅପହୃତ ଓଡ଼ିଆ ଯୁବକଙ୍କ ସଂପର୍କରେ କୌଣସି ଖବର ଆସି ନାହିଁ। ସେପଟେ ପୁଅର ଫେରିବା ବାଟକୁ ପରିବାରବର୍ଗ ଅପେକ୍ଷା କରି ରହିଛନ୍ତି। ଆଜି ଜିଲ୍ଲା ପ୍ରଶାସନ ତରଫରୁ ହିଞ୍ଜିଳିକାଟୁ ତହସିଲଦାର ତପନ କୁମାର ମହାପାତ୍ର ସମରଝୋଳ ଗାଁକୁ ଯାଇ ଅପହୃତ ଯୁବକ ପି. ଭେଙ୍କଟ ରମଣାଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରି ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି। ହିଞ୍ଜିଳିକାଟୁ ବିଧାୟକ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଏବଂ ରାଜ୍ୟ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ପ୍ରସଙ୍ଗରେ ଟ୍ବିଟ୍‌ କରି ଭେଙ୍କଟଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିବା ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଡ.ଏସ୍‌ ଜୟଶଙ୍କରଙ୍କୁ ଅନୁରୋଧ କରିଛନ୍ତି। ପଶ୍ଚିମ ଆଫ୍ରିକାର ମାଲିରେ ଏକ ସିମେଣ୍ଟ ଫ୍ୟାକ୍ଟ୍ରିରେ କାମ କରୁଥିବା ୩ଜଣ ଭାରତୀୟଙ୍କୁ ଗତ ୧ତାରିଖରେ ଅଲ୍‌ କାଏଦା ସହ ସମ୍ପୃକ୍ତ ଥିବା ଏକ ଆତଙ୍କବାଦୀ ସଙ୍ଗଠନ ଅପହରଣ କରି ନେଇଥିଲା।

ବର୍ତ୍ତମାନ ସୁଦ୍ଧା ପୁଅର କୌଣସି ଖବର ମିଳୁ ନ ଥିବାରୁ ମା’ ପି. ନାର୍ସାମ୍ମା ନାନା ଅନିଶ୍ଚିତତାରେ ରହିଛନ୍ତି। କମ୍ପାନି ତରଫରୁ ମଧ୍ୟ କୌଣସି ସୂଚନା ଆସିନାହିଁ ବୋଲି ଭେଙ୍କଟଙ୍କ ପରିବାରବର୍ଗ କହିଛନ୍ତି। ଏହା ମଧ୍ୟରେ ବିଜେଡିର ଏକ ପ୍ରତିନିଧି ଦଳ ଭେଙ୍କଟଙ୍କ ଘରେ ପହଞ୍ଚି ପରିବାରବର୍ଗଙ୍କୁ ସାକ୍ଷାତ କରିଛନ୍ତି। ଏହି ଦଳରେ ବିଧାୟକ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ଜେ. ସୁଦର୍ଶନ, ବି. ଗୀତାଞ୍ଜଳି ପ୍ରମୁଖ ଉପସ୍ଥିତ ଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe