ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭୩ ବର୍ଷରେ ପାଦ ଥାପିଛନ୍ତି। ବାତ୍ୟା ଓ ବନ୍ୟା ପାଇଁ ଏଥର ଜନ୍ମଦିନ ପାଳିବେ ନାହିଁ ବୋଲି ନିଜେ ମୁଖ୍ୟମନ୍ତ୍ରୀ ଗତକାଲି ଘୋଷଣା କରିଥିେଲ। ସେଥି ପାଇଁ ଆଜି ନବୀନ ନିବାସରେ ଗହଳିଚହଳି ନ ଥିଲା। ମନ୍ତ୍ରୀ, ବିଧାୟକ, ଅଫିସର୍, ଶୁଭେଚ୍ଛୁ କେହି ଫୁଲତୋଡ଼ା ନେଇ ନବୀନ ନିବାସ ଆସି ନ ଥିଲେ। ସେହିପରି ଦଳର କର୍ମୀମାନଙ୍କୁ କୌଣସି ସ୍ଥାନରେ ଉତ୍ସବ, ସଭାସମିତି ଆୟୋଜନ ନ କରିବା ପାଇଁ କୁହାଯାଇଥିଲା। ଅନ୍ୟ ଦିନ ପରି ସାଧାରଣ ଭାବେ ଆଜି ଦିନଟି କଟିଥିଲା। ତେବେ ସୋସିଆଲ୍ ମିଡିଆରେ ବହୁ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟ୍ବିଟ୍ କରି କହିଛନ୍ତି, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା। ନବୀନଜୀ ଦେଶର ଜଣେ ବରିଷ୍ଠ ନେତା, ଯିଏ କି ଦୀର୍ଘ ବର୍ଷ ହେଲା ଓଡ଼ିଶାର ଲୋକଙ୍କ ସେବା କରି ଆସୁଛନ୍ତି। ସେ ଏକ ଦୀର୍ଘ ଓ ସୁସ୍ଥ ଜୀବନ ଜିଅନ୍ତୁ। ସେହିପରି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ବିଜେଡି ପକ୍ଷରୁ ଭୁବନେଶ୍ବର ସମେତ ୧୪ଟି ସ୍ଥାନରେ ରକ୍ତଦାନ ଶିବିର ‘ଜୀବନବିନ୍ଦୁ’ ଆୟୋଜନ କରାଯାଇଥିଲା। ମୋଟ୍ ୧୧୭୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଭୁବନେଶ୍ବରରେ ବିଜୁ ଛାତ୍ର ଜନତା ପକ୍ଷରୁ ଆୟୋଜିତ ଶିବିରରେ ୧୦୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us