ଭୁବନେଶ୍ବର/ବରଗଡ଼ : ଆସନ୍ତାକାଲି ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳରୁ ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ। ସୋମବାର ଦିନ ୧ଟା ୩୫ ମିନିଟରେ ପଦ୍ମପୁର ସତୀଭଟ୍ଟ ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ଦିନ ୧ଟା ୫୦ ମିନିଟରେ ବିଶାଳ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।
ପରେ ପରେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ନାମାଙ୍କନ ପତ୍ର ଦାଖଲ କରିବେ। ଦିନ ୨ଟା ୪୦ରେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଭେଟି ନିର୍ବାଚନ ସମ୍ପର୍କିତ ଆଲୋଚନା କରିବେ। ଦିନ ୨ଟା ୪୫ ମିନିଟରେ ସତୀଭଟ୍ଟ ଏୟାରଷ୍ଟ୍ରିପରୁ ଭୁବନେଶ୍ବର ଅଭିମୁଖେ ଶ୍ରୀପଟ୍ଟନାୟକ ଯାତ୍ରା କରିବେ ବୋଲି କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।
ଚଳିତ ଥର ଶ୍ରୀପଟ୍ଟନାୟକ ହିଞ୍ଜିଳି ଓ ବିଜେପୁର ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି। ଗତ ୨୦ ତାରିଖରେ ବିଜେଡି ରାଜ୍ୟ ସଭାପତି ହିଞ୍ଜିଳିରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି ଅନୁଯାୟୀ ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲର ଶେଷଦିନ।
Follow Us