‘ଓଡ଼ିଶା ସ୍କିଲ୍‌ସ-୨୦୧୮’ ଉଦ୍‌ଘାଟିତ : ଭାଗ ନେଲେ ୭ ହଜାର ପ୍ରତିଯୋଗୀ, ୩୦ରେ ଉଦ୍‌ଯାପନ

ଜାତୀୟସ୍ତରରେ ପ୍ରଥମ ହେଲେ ୧ ଲକ୍ଷ ଟଙ୍କା ପୁରସ୍କାର

‘ଓଡ଼ିଶା ସ୍କିଲ୍‌ସ-୨୦୧୮’ ଉଦ୍‌ଘାଟିତ : ଭାଗ ନେଲେ ୭ ହଜାର ପ୍ରତିଯୋଗୀ, ୩୦ରେ ଉଦ୍‌ଯାପନ

କଟକ : ଉତ୍କଳ ଗୌରବ ମଧୁସୂଦନ ଦାସ ଥିଲେ ଓଡ଼ିଆ ସ୍ୱାଭିମାନର ପ୍ରତୀକ। ସେ ଥିଲେ ପ୍ରଥମ ଓଡ଼ିଆ ଶିଳ୍ପଦ୍ୟୋଗୀ। ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ସୁନାମ ପାଇଁ ମଧୁବାବୁ ଅନେକ ତ୍ୟାଗ କରିଛନ୍ତି। ମଧୁବାବୁଙ୍କ ଜୟନ୍ତୀରେ ଓଡିଶା ସ୍କିଲ୍‌ସ-୨୦୧୮କୁ ଉଦ୍‌ଘାଟନ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକର ଜବାହାରଲାଲ ନେହେରୁ ଇଣ୍ଡୋର୍‌ ଷ୍ଟାଡିୟମରେ ଆୟୋଜିତ ପ୍ରଥମ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ପ୍ରତିଯୋଗିତାକୁ ଉଦଘାଟନ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଦକ୍ଷତା ବିକାଶ କ୍ଷେତ୍ରରେ ଓଡିଶା ଏବେ ଦେଶରେ ଢେର ଆଗୁଆ। ଓଡିଶାର ଆଇଟିଆଇ ଦେଶରେ ସର୍ବୋତ୍କଷ୍ଟ। ରାଜ୍ୟର ପ୍ରତିଯୋଗୀମାନେ ଜାତୀୟସ୍ତରରେ ଶ୍ରେଷ୍ଠତ୍ୱ ଜାହିର କରି ପ୍ରଥମ ସ୍ଥାନ ଅଧିକାର କଲେ ଏକ ଲକ୍ଷ ଟଙ୍କା, ଦ୍ୱିତୀୟସ୍ଥାନ ଅଧିକାର ଥିବା ଦୁଇ ପ୍ରତିଯୋଗୀଙ୍କୁ ପଚସ୍ତରୀ ହଜାର ଓ ତୃତୀୟ ସ୍ଥାନ ଅଧିକାର କରିଥିବା ତିନି ପ୍ରତିଯୋଗୀଙ୍କୁ ପଚାଶ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ।

କାର୍ଯ୍ୟକ୍ରମକୁ ସଂଯୋଜନା କରି ଦକ୍ଷତା ବିକାଶ ସଚିବ ସୁବ୍ରତ କୁମାର ବାଗଚି କହିଥିଲେ ଯେ, ଆଇଟିଆଇ ଶିକ୍ଷାରେ ପୂର୍ବରୁ ଝିଅମାନଙ୍କ ହାରଥିଲା ମାତ୍ର ୬ ପ୍ରତିଶତ। ତେବେ ଆଗାମୀ ବର୍ଷରେ ସରକାର ଏହାକୁ ୩୫ ପ୍ରତିଶତ କରିବାକୁ ଲକ୍ଷ୍ୟ ରହିଛି। ଏଥିପାଇଁ ସରକାର ‘ସୁଦକ୍ଷା’ କାର୍ଯ୍ୟକ୍ରମ ମାଧ୍ୟମରେ ଝିଅମାନଙ୍କୁ ମାଗଣାରେ ଆଇଟିଆଇ ପଢାଇବା ପାଇଁ ଯୋଜନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଲଘୁ ଉଦ୍ୟୋଗ ମନ୍ତ୍ରୀ ଉଷା ଦେବୀ, ସାଂସଦ ଭର୍ତ୍ତୃହରି ମହତାବ, ମୁଖ୍ୟଶାସନ ସଚିବ ଆଦିତ୍ୟ କୁମାର ପାଢୀ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡ୍ୟାନଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଏହି ଅବସରରେ ସ୍କିଲ ଡେଭଲପମେଣ୍ଟ ପ୍ରତିଯୋଗିତାରେ ଜାତୀୟସ୍ତରରେ ସଫଳତା ହାସଲ କରିଥିବା ମୋହିତ କୁଜେଦା ପ୍ରତିଯୋଗୀମାନଙ୍କୁ ସଫଳତା ପାଇଁ ଶୁଭେଚ୍ଛା ଦେଇଥିଲେ। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଆଇଟିଆଇ ତଥା ଅନ୍ୟ ଦକ୍ଷତା ବିକାଶ ପ୍ରତିଷ୍ଠାନରୁ ପ୍ରାୟ ୭ ହଜାର ପ୍ରତିଯୋଗୀ ଭାଗ ନେଇଛନ୍ତି। ୨୫ଟି ବିଭାଗରେ ପ୍ରତିଯୋଗିମାନେ ଅଂଶ ଗ୍ରହଣ କରିଥିବାବେଳେ ଏଥିପାଇଁ ଭୁବନେଶ୍ୱର, ବାଙ୍ଗାଲୋର, ଲକ୍ଷ୍ନୌ, ଜୟପୁର ପରି ୬ ଟି ଜୋନ୍‌ ଗଠିତ ହୋଇଛି। ଏହି ଜୋନରୁ ସଫଳତା ହାସଲ କରିଥିବା ପ୍ରତିଯୋଗୀମାନେ ପ୍ରଥମେ ଦିଲ୍ଲୀ ଏବଂ ପରେ ମସ୍କୋର କାଜନଠାରେ ଅନୁଷ୍ଠିତ ଆର୍ନ୍ତଜାତୀକ ପ୍ରତିଯୋଗିତାରେ ଭାଗ ନେବେ। ଆସନ୍ତାକାଲି ଏହି ସ୍କିଲ ଡେପଲଭମେଣ୍ଟ ପ୍ରତିଯୋଗିତା ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ। ୩୦ ତାରିଖ ଦିନ ଏହାର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe