ନବୀନ-ମୋଦିଙ୍କ ଭେଟ ନେଇ ବଢ଼ିଲା ରାଜନୈତିକ ଉଷ୍ମତା, ଆଲୋଚନାର ବିଷୟ ଅସ୍ପଷ୍ଟ

ସୌଜନ୍ୟମୂଳକ ସାକ୍ଷାତକାର ଥିଲା: ନବୀନ ପଟ୍ଟନାୟକ

ନବୀନ-ମୋଦିଙ୍କ ଭେଟ ନେଇ ବଢ଼ିଲା ରାଜନୈତିକ ଉଷ୍ମତା, ଆଲୋଚନାର ବିଷୟ ଅସ୍ପଷ୍ଟ

ଭୁବନେଶ୍ୱର: ରାଜ୍ୟରେ ତୀବ୍ର ରାଜନୈତିକ ପ୍ରତିନ୍ଦ୍ୱନ୍ଦ୍ୱିିତା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ନବୀନଙ୍କ ୪ ଦିନିଆ ଗସ୍ତର ପ୍ରଥମ ଦିନରେ ଦିଲ୍ଲୀର ଜନକଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ସାକ୍ଷାତକାର ହୋଇଛି। ବରଗଡ଼ ଜିଲ୍ଲା ବିଜେପୁର ଉପ-ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ମଧ୍ୟରେ ପ୍ରବଳ ପ୍ରତିନ୍ଦ୍ୱନ୍ଦ୍ୱିିତା ଚାଲିଥିବା ବେଳେ ରାଜ୍ୟର ଶ୍ରେଷ୍ଠ ନେତା ଓ ଦେଶର ଶ୍ରେଷ୍ଠ ନେତାଙ୍କ ମଧ୍ୟରେ ଭେଟ ନେଇ ରାଜନୈତିକ ମହଲରେ ଆଲୋଚନା ହେଉଛି। ଅନ୍ୟପକ୍ଷରେ ଏହି ସାକ୍ଷାତକାର ନେଇ ପିଏମ୍‌ଓ ଅଥବା ସିଏମ୍‌ଓ କାର୍ଯ୍ୟାଳୟ ପକ୍ଷରୁ କୌଣସି ବଧିିବଦ୍ଧ ସୂଚନା ଦିଆଯାଇ ନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା। ବିଜୁପଟ୍ଟନାୟକ ସମ୍ପର୍କିତ ପୁସ୍ତକ ପ୍ରଧାନମନ୍ତ୍ରୀଙ୍କୁ ଦେଇଛି। ୨୦ ମିନଟି ପର୍ଯ୍ୟନ୍ତ ମୋଦିଙ୍କ ସହିତ ଆଲୋଚନା ହୋଇଛି ବୋଲି ନବୀନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe