କ˚ଗ୍ରେସରେ ମିଶିଲେ ନବୀନ ନନ୍ଦ

କ˚ଗ୍ରେସରେ ମିଶିଲେ ନବୀନ ନନ୍ଦ

ଭୁବନେଶ୍ବର : ପୂର୍ବତନ ବିଧାୟକ ନବୀନ ଚନ୍ଦ୍ର ନନ୍ଦ ଆଜି କ˚ଗ୍ରେସ ଦଳରେ ସାମିଲ ହୋଇଛନ୍ତି। ପ୍ରଦେଶ କ˚ଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଶ୍ରୀ ନନ୍ଦ ଓ ତାଙ୍କର ସମର୍ଥକମାନଙ୍କୁ କ˚ଗ୍ରେସ ଟୋପି ପ୍ରଦାନ କରି ଦଳକୁ ସ୍ବାଗତ କରିଥିଲେ।

ଏହି ଅବସରରେ ପିସିସି ସଭାପତି କହିଲେ, କ˚ଗ୍ରେସ ଦଳ ସରକାର ଗଠନ କଲେ, କୃଷିଋଣ ଛାଡ଼ କରିବା ସହିତ କୃଷକ ଓ କୃଷିଜୀବୀଙ୍କୁ ୫ ବର୍ଷ ଧରି ଆର୍ଥିକ ସହାୟତା ଦେବା ସହ ବାରମାସିଆ ଚାଷ କରିବା ପାଇଁ ମାଗଣା ସୋଲାର ପମ୍ପ ଯୋଗାଇଦେବ। ମହିଳାମାନଙ୍କୁ ଏସ୍‌ଏସ୍‌ଜି ଗ୍ରୁପ ଜରିଆରେ ନେଇଥିବା ଋଣକୁ ଛାଡ଼ କରାଯିବ। ବିଧବା ମହିଳାମାନଙ୍କୁ ୨୦୦୦ ଟଙ୍କା ଲେଖାଏଁ ଭତ୍ତା ଦିଆଯିବ। ପ୍ରତ୍ୟେକ ପରିବାରରୁ ଜଣେ ଯୁବକକୁ ନିଯୁକ୍ତି ଦିଆଯିବ। ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଜଣେ ଜଣେ ସୁରକ୍ଷା ଅଧିକାରୀ ରହିବେ। କ୍ଷମତାକୁ ଆସିଲେ କ˚ଗ୍ରେସ ଦଳ ଦେଇଥିବା ସମସ୍ତ ପ୍ରତିଶ୍ରୁତିକୁ ଗୋଟିଏ ମାସ ମଧ୍ୟରେ ପାଳନ କରିବ ବୋଲି ସେ କହିଥିଲେ।

ଶ୍ରୀ ନନ୍ଦ କ˚ଗ୍ରେସ ଭବନକୁ ଆସିବା ପରେ ପିସିସି ଉପସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ବାଗତ କରିଥିଲେ। କ˚ଗ୍ରେସ ପ୍ରବକ୍ତା ଜ୍ଞାନ ବେଉରା, ପଦ୍ମାକର ଗୁରୁ, ଢେ଼ଙ୍କାନାଳ ଜିଲ୍ଲା କ˚ଗ୍ରେସ ସଭାପତି ସୁରେଶ ପାଣିଗ୍ରାହୀ ପ୍ରମୁଖ ଜିଲ୍ଲାର ବହୁ ବରିଷ୍ଠ କ˚ଗ୍ରେସ ନେତୃବୃନ୍ଦ ଉପସ୍ଥିତ ଥିଲେ। ଏହି ମିଶ୍ରଣ ପର୍ବରେ ସହସ୍ରାଧିକ ସମିତି ସଭ୍ୟ, ସରପଞ୍ଚ, ପୂର୍ବତନ ସଭ୍ୟ/ସଭ୍ୟା ଓ ପ୍ରମୁଖ ବହୁ କର୍ମୀ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe