ରାଜ୍ୟବାସୀଙ୍କ ପାଇଁ ମହାପ୍ରଭୁ ଓ ମହାବୀରଙ୍କୁ ଶକ୍ତି ମାଗିଲେ ମୁଖ୍ୟମନ୍ତ୍ରୀ : କରୋନା ମୁକାବିଲାରେ ଶକ୍ତି ଯୋଗାଇବେ ବେଡ଼ି ମହାବୀର

Advertisment
ଏବିପିର ‘ଦେଶ୍‌ କା ମୁଡ୍‌’ ସର୍ଭେ : ନବୀନ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ। ଏହାସହ ଚାରିଆଡ଼େ ହନୁମାନ ଜୟନ୍ତୀ ପାଳିତ ହେଉଛି। ଶ୍ରୀକ୍ଷେତ୍ର ପୁରୀର ବେଡ଼ି ହନୁମାନ ମନ୍ଦିରରେ ବିଶେଷ ଭାବେ ଏହା ପାଳିତ ହେଉଛି। ଶ୍ରୀ‌କ୍ଷେତ୍ର ବାସୀଙ୍କୁ ସମୁଦ୍ର କୋପରୁ ରକ୍ଷା କରିବା ଲାଗି ମହାପ୍ରଭୁ ଶ୍ରୀଜଗନ୍ନାଥ ମହାବୀର ହନୁମାନଙ୍କୁ ଆଦେଶ ଦେଇଥିଲେ। କିମ୍ବଦନ୍ତୀ ଅନୁସାରେ ସମୁଦ୍ର ଅଚାନକ ଦିନେ ସହର ଭିତରକୁ ପଶି ଆସିଥିଲା। ଭକ୍ତମାନେ ଜଗନ୍ନାଥଙ୍କ ନିକଟରେ ଗୁହାରି କରିବା ପରେ ମହାପ୍ରଭୁ ହନୁମାନଙ୍କୁ ଡକାଇ ଜେରା କରିଥିଲେ। ସମୁଦ୍ରକୁ ଅଟକାଇବାକୁ ତୁମକୁ ଦାୟିତ୍ବ ଦିଆଯାଇଥିଲା ବୋଲି ମହାପ୍ରଭୁ ପ୍ରଶ୍ନ କରିଥିଲେ। ମହାବୀର କହିଥିଲେ, ମହାପ୍ରଭୁ ଲଡ଼ୁ ଲୋଭରେ ଆପଣଙ୍କୁ ନ ଜଣାଇ ଅଯୋଧ୍ୟା ପଳାଇଥିଲି। ସେହିଦିନ ମହାପ୍ରଭୁ ହନୁମାନଙ୍କ ହାତରେ ଲଡ଼ୁଟିଏ ଦେଇ ଗୋଡ଼ରେ ବେଡ଼ି ପକାଇ ଦେଇଥିଲେ। କହିଥିଲେ ଆଜିଠାରୁ ତମେ କେଉଁଆଡ଼େ ଯାଇପାରିବ ନାହିଁ, ସମସ୍ତଙ୍କୁ ବିପତ୍ତିରୁ ରକ୍ଷା କରିବା ଦାୟିତ୍ବ ତୁମର। ଆଜିର କରୋନା ରୂପକ ବିପତ୍ତିରେ ମହାପ୍ରଭୁ ଓ ବେଡ଼ି ମହାବୀରଙ୍କୁ ସ୍ମରଣ କରି ସମଗ୍ର ମାନବ ଜାତିକୁ ନିରାପଦ ରଖିବା ପାଇଁ ପ୍ରାର୍ଥନା କରିବା ବୋଲି କହିଛନ୍ତି କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ଏହାସହ ଶ୍ରୀ ବାଗଚୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାର୍ତାକୁ ପାଠ କରିଥିଲେ। ସେ କହିଥିଲେ ଯେ, ଓଡ଼ିଆ ନବବର୍ଷ ଓ ମହାବୀର ଜୟନ୍ତୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କରୋନାର ଦୃଢ଼ ମୁକାବିଲା ପାଇଁ ରାଜ୍ୟବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ନିକଟରେ ଶକ୍ତି ମାଗିଛନ୍ତି ବୋଲି ଶ୍ରୀ ବାଗଚୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe