ଭିମ୍‌ସାର ଓ ଏସ୍‌ସିବି ନର୍ସିଂ କଲେଜ ପାଇଁ ୭୦ ନୂଆ ପଦବି, ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ

Advertisment
୧୭୦୦ କୋଟିର କୋଭିଡ୍‌ ପ୍ୟାକେଜ୍

New Indian Express

ଭୁବନେଶ୍ବର : ବୁର୍ଲାର ଭିମ୍‌ସାର ନର୍ସିଂ କଲେଜ ଓ କଟକ ଏସ୍‌ସିବି ନର୍ସିଂ କଲେଜ ପାଇଁ ୭୦ଟି ନୂଆ ପଦବି ସୃଷ୍ଟି ହୋଇଛି। ଏସବୁ ପଦବି ସୃଷ୍ଟି ପାଇଁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୂଚନାନୁସାରେ ଭିମ୍‌ସାର ସରକାରୀ ନର୍ସିଂ କଲେଜରେ ୨୪ଟି ଶିକ୍ଷକ ଓ ୭ଟି ସହାୟକ କର୍ମଚାରୀ(ମିନିଷ୍ଟ୍ରେରିଆଲ୍‌ ଷ୍ଟାଫ୍‌) ପଦବି ସୃଷ୍ଟି କରାଯାଇଛି। ଏଥି ମଧ୍ୟରେ ଗୋଟିଏ ପ୍ରିନ୍‌ସିପାଲ୍‌ ପଦବି, ଗୋଟିଏ ଭାଇସ୍‌ ପ୍ରିନ୍‌ସିପାଲ୍‌, ଗୋଟିଏ ପ୍ରଫେସର, ୩ଟି ଆସୋସିଏଟ୍‌ ପ୍ରଫେସର, ୮ଟି ଅଧ୍ୟାପକ ଓ ୧୦ଟି ଟ୍ୟୁଟର ପଦବି ଅନ୍ତର୍ଭୁକ୍ତ।

ସେହିପରି କଟକ ଏସ୍‌ସିବି ନର୍ସିଂ କଲେଜରେ ୩୨ଟି ଶିକ୍ଷକ, ୭ଟି ସହାୟକ କର୍ମଚାରୀ ପଦବି ସୃଷ୍ଟି ହୋଇଛି। ଏସବୁ ପଦବି ମଧ୍ୟରେ ରହିଛି ଗୋଟିଏ ପ୍ରିନ୍‌ସିପାଲ୍‌ ପଦବି, ଗୋଟିଏ ଭାଇସ୍‌ ପ୍ରିନ୍‌ସିପାଲ୍‌, ଗୋଟିଏ ପ୍ରଫେସର, ୪ଟି ଆସୋସିଏଟ୍‌ ପ୍ରଫେସର, ୬ଟି ଅଧ୍ୟାପକ ଓ ୧୯ଟି ଟ୍ୟୁଟର ପଦବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe