୨୪ ତିତ୍‌ଲି ହୀରୋଙ୍କୁ ସମ୍ବର୍ଧିତ କଲେ ମୁଖ୍ୟମନ୍ତ୍ରୀ

୨୪ ତିତ୍‌ଲି ହୀରୋଙ୍କୁ ସମ୍ବର୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ତିତ୍‌ଲି ପ୍ରଭାବିତ ଲୋକମାନଙ୍କୁ ଅନେକ ସମାଜସେବୀ, ସରକାରୀ ଓ ‌େବସରକାରୀ କର୍ମଚାରୀ ଉଦ୍ଧାର, ରିଲିଫ ବଣ୍ଟନ ଓ ଅନ୍ୟାନ୍ୟ ସେବା ଆଦି ବିଭିନ୍ନ ପ୍ରକାରର ସହାୟତା ଯୋଗାଇ ଦେଇଛନ୍ତି। ଫଳରେ ସେହି ପୀଡ଼ିତମାନଙ୍କର ଦୁଃଖଭାର ଅନେକାଂଶରେ ଲାଘବ ହୋଇପାରିଛି। ସେମାନେ ବାସ୍ତବରେ ହୀରୋ। ସେମାନଙ୍କ ମଧ୍ୟରୁ ଉଲ୍ଲେଖନୀୟ ସେବା ଯୋଗାଇ ଦେଇଥିବା ସମାଜସେବୀ ଓ କର୍ମଚାରୀମାନଙ୍କୁ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଧିତ କରିଛନ୍ତି। ସେମାନଙ୍କ ମଧ୍ୟରେ ଗଜପତି ଜିଲ୍ଲାର ୧୮ଜଣ ଓ ଗଞ୍ଜାମ ଜିଲ୍ଲାର ୬ଜଣ ଏହିପରି ୨୪ଜଣଙ୍କୁ ସମ୍ବର୍ଧିତ କରାଯାଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସେମାନଙ୍କୁ ‘ହୀରୋ’ ସମ୍ବୋଧନ କରିବା ସହିତ ସେମାନଙ୍କର ଉଚ୍ଚପ୍ରଶଂସା କରିଥିଲେ। ସେ କହିଥିଲେ, ସେମାନଙ୍କର ସେବା ମନୋବୃତ୍ତି ଓ ସାହସ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେମାନଙ୍କର ଏହି ସେବା ଅନେକ ପ୍ରଭାବିତ ଲୋକଙ୍କ ଦୁଃଖ କମ୍‌ କରିପାରିଛି। ସେମାନେ ହେଉଛନ୍ତି ସମାଜର ଆଦର୍ଶ। ଏହି ଅବସରରେ ତିତ୍‌ଲି ହୀରୋମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ସଂପର୍କରେ ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ସ୍ବତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ପ୍ରମୁଖ ଯୋଗ ଦେଇଥିଲେ।

ସେହି ତିତ୍‌ଲି ହୀରୋମାନେ ହେଉଛନ୍ତିି ଗଜପତି ଜିଲ୍ଲାର ଭାଗବତ ପାଢ଼ୀ, ବେଗୁନ ଟୁଡ଼ୁ, ଲଳିତା ପାତ୍ର, ଗାୟତ୍ରୀ ସାହୁ, ଟି. ଦୁର୍ଗା ରାଓ, ଏ.ଶଙ୍କର ରାଓ, ଡ. ବିଜୟ କୁମାର ଦାସ, ମାନସ ଘଡ଼ାଇ ପାତ୍ର, ଭାସ୍କର ପାତ୍ର, ଆଦିକନ୍ଦ କର୍ଜୀ, ଭି.ଲୋକନାଥ ରାଜୁ, ପୋଟନୁର ହରି, ହରିଶ୍ଚନ୍ଦ୍ର ରଇତ, ଜଗନ୍ନାଥ ରାଜୁ, ଏନ୍‌.ଜୟା, ଗୀତାଞ୍ଜଳି ଶବର, ରବୀନ୍ଦ୍ର ପାତ୍ର, ଗାୟତ୍ରୀ ଦେବୀ ଏବଂ ଗଞ୍ଜାମ ଜିଲ୍ଲାର ଏଲ୍‌ ସରୋଜ କୁମାର ପାତ୍ର, ସତ୍ୟନାରାୟଣ ସ୍ବାଇଁ, ସୁରେନ୍ଦ୍ର କୁମାର ବେହେରା, ସୁନୀଲ କୁମାର ପାତ୍ର, ବୁଦ୍ଧିରାମ ବେହେରା ଓ ପ୍ରମୋଦ ଚନ୍ଦ୍ର ନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe