କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀଙ୍କ ଦାନ୍ତ ପରୀକ୍ଷା

Advertisment
କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀଙ୍କ ଦାନ୍ତ ପରୀକ୍ଷା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ଦାନ୍ତ ପରୀକ୍ଷା କରିଛନ୍ତି। ଅପରାହ୍‌ଣରେ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ପହଞ୍ଚି ଦାନ୍ତ ପରୀକ୍ଷା କରାଇଥିଲେ। ପ୍ରାୟ ଅଧଘଣ୍ଟା ରହିବା ପରେ ମୁଖ୍ୟମନ୍ତ୍ରୀ ଚାଲି ଯାଇଥିଲେ। ହସ୍ପିଟାଲ ନିର୍ଦେଶକ ଡା.ଚନ୍ଦ୍ରିକା ପ୍ରସାଦ ଦାସଙ୍କ ସୂଚନା ଅନୁଯାୟୀ, ଅପରାହ୍‌ଣ ସାଢ଼େ ୫ଟା ସମୟରେ ମୁଖ୍ୟମନ୍ତ୍ରୀ କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ। ତାଙ୍କର ଦାନ୍ତ ଫୁଲିଥିଲା। ଦାନ୍ତ ପରୀକ୍ଷା ହେଉଥିବା ୱାର୍ଡରେ ବରିଷ୍ଠ ଡାକ୍ତରମାନେ ମୁଖ୍ୟମନ୍ତ୍ରୀଙ୍କ ପରୀକ୍ଷା କରିଥିବା ଡା.ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe