ଭୁବନେଶ୍ୱର : ଟ୍ଵିଟରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ କଡ଼ା ଭାଷାରେ ସମାଲୋଚନା କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଛନ୍ତି ଯେ, ‘ସୁଷମା ସୋସିଆଲ ମିଡିଆ ଖବରରୁ ଦେଶର ସାଧାରଣ ଜନତାଙ୍କୁ ସାହାଯ୍ୟ କରି ଆସିଛନ୍ତି’। ସୁଷମାଙ୍କ ଉପରେ ଅଯଥା ଦୋଷ ଲଦିବା ଏବଂ ସମାଲୋଚନା କରାଯିବାକୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ତୀବ୍ର ବିରୋଧ କରିଛନ୍ତି। ଉଲ୍ଳେଖଯୋଗ୍ୟ, ଲକ୍ଷ୍ନୌରେ ଏକ ହିନ୍ଦୁ-ମୁସଲିମ ଦମ୍ପତ୍ତିଙ୍କ ପାସପୋର୍ଟକୁ ନେଇ ବିବାଦ ସୃଷ୍ଟି ହେବାପରେ ସୁଷମାଙ୍କ ହସ୍ତକ୍ଷେପ ପରେ ପାସ୍ପୋର୍ଟ ମଂଜୁର ହୋଇଥିଲା।
ସୁଷମାଙ୍କୁ ସମାଲୋଚନାରେ ନବୀନ କ୍ଷୁବ୍ଧ
Advertisment
Follow Us