‘ଗାନ୍ଧୀ ଜୟନ୍ତୀ ସୁଦ୍ଧା ସବୁ ଘରକୁ ବିଜୁଳି’

ମୁଖ୍ୟମନ୍ତ୍ରୀ ଦୋହରାଇଲେ ତାଙ୍କ ନିର୍ଦେଶ

‘ଗାନ୍ଧୀ ଜୟନ୍ତୀ ସୁଦ୍ଧା ସବୁ ଘରକୁ ବିଜୁଳି’

ଭୁବନେଶ୍ୱର : ଗତ ଜାନୁଆରି ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଆସନ୍ତା ଅକ୍ଟୋବର ମାସ ୨ ତାରିଖ ଗାନ୍ଧୀ ଜୟନ୍ତୀ ସୁଦ୍ଧା ରାଜ୍ୟର ସବୁ ଘରକୁ ବିଜୁଳି ଯୋଗାଇ ଦିଆଯିବ। ଆଜି ତାଙ୍କର ସେହି ନିର୍ଦେଶକୁ ସେ ଦୋହରାଇଛନ୍ତିି। ସବୁ ଘରକୁ ବିଜୁଳି ଯୋଗାଣ ନେଇ ସବୁ ଜିଲ୍ଲା ପାଇଁ ମାସିକିଆ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଶକ୍ତି ବିଭାଗକୁ ନିର୍ଦେଶ ଦେଇଛନ୍ତିି। ଆଜି ଶକ୍ତି ବିଭାଗକୁ ଏଭଳି ନିର୍ଦେଶ ଦେବା ବେଳେ ଆବଶ୍ୟକ ମାନବ ସମ୍ବଳ ଏବଂ ଉପକରଣ ଯୋଗାଣ ଯେପରି ସୁନିଶ୍ଚିତ କରିହେବ ତା’ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମ ଯେପରି ପୂର୍ଣ୍ଣମାତ୍ରାରେ ସଫଳ ହେବ, ସେଥିପାଇଁ ନିୟମିତ ରୂପେ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିବାକୁ ସେ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଥିଲେ। ଫଳରେ ବିଦ୍ୟୁତ୍‌ ଶକ୍ତି ଯୋଗାଣ କାର୍ଯ୍ୟ ତ୍ୱରାନ୍ଵିତ ହୋଇପାରିବ।

ସୂଚନାଯୋଗ୍ୟ, ରାଜ୍ୟର ସମସ୍ତ ୪୭୬୭୭ଟି ଗ୍ରାମରେ ବିଦ୍ୟୁତ୍‌ ଶକ୍ତି ଯୋଗାଇ ଦିଆଯାଇଛି। କେବଳ ପଡ଼ା ଗ୍ରାମରେ ବିଜୁଳି ଯୋଗାଣ ବାକି ରହିଛି। ଅକ୍ଟୋବର ୨ ତାରିଖ ସୁଦ୍ଧା ସବୁ ପଡ଼ା ଗ୍ରାମକୁ ବିଜୁଳି ଯୋଗାଇଦେବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ଶକ୍ତି ସଚିବ ହେମନ୍ତ ଶର୍ମା କହିଥିଲେ। ତେବେ ଗତ ଜାନୁଆରି ୯ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ବଲାଙ୍ଗୀର, କନ୍ଧମାଳ, ଗଜପତି ଜିଲ୍ଲାରେ ଆଂଶିକ ଭାବେ ବିଦ୍ୟୁତ୍‌ ସଂଯୋଗ କରାଯାଇଥିବା ସୂଚନା ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe