ବାତ୍ୟା ଅଞ୍ଚଳ ଦେଖିଲେ ମୁଖ୍ୟମନ୍ତ୍ରୀ, ବିପନ୍ନଙ୍କ ସମସ୍ୟା ବୁଝିଲେ, ରିଲିଫ୍ ବାଣ୍ଟିଲେ

Advertisment

ରିଲିଫ ଚାଉଳକୁ ନେଇ ଅସନ୍ତୋଷ

ରିଲିଫ ଚାଉଳକୁ ନେଇ ଅସନ୍ତୋଷ

ବାତ୍ୟା ଅଞ୍ଚଳ ଦେଖିଲେ ମୁଖ୍ୟମନ୍ତ୍ରୀ, ବିପନ୍ନଙ୍କ ସମସ୍ୟା ବୁଝିଲେ, ରିଲିଫ୍ ବାଣ୍ଟିଲେ

ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ଣରେ ପୁରୀ ସହରର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି। ପୁରୀ ସହରର ସର୍ବାଧିକ କ୍ଷତିଗ୍ରସ୍ତ ପେଣ୍ଠକଟା ଅଞ୍ଚଳ ବୁଲି ଦେଖିବା ସହ ବିପନ୍ନଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ। ବାତ୍ୟାର ୪୮ ଘଣ୍ଟା ଭିତରେ ପୁରୀ ସହରର ୭୫ ପ୍ରତିଶତ ଅଞ୍ଚଳରେ ପାନୀୟ ଜଳଯୋଗାଣ ସ୍ବାଭାବିକ ହୋଇଥିବାବେଳେ ଆସନ୍ତାକାଲି ସୁଦ୍ଧା ୯୦ ପ୍ରତିଶତ ଅଞ୍ଚଳରେ ପାନୀୟ ଜଳଯୋଗାଣ ସ୍ବାଭାବିକ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଅପରାହ୍ଣ ପ୍ରାୟ ୪ଟାରେ ପୁରୀ ତାଳବଣିଆସ୍ଥିତ ହେଲିପ୍ୟାଡରେ ଅବତରଣ ପରେ ପେଣ୍ଠକଟା ଅଞ୍ଚଳ ପରିଦର୍ଶନରେ ଯାଇଥିଲେ। ଫେରିବା ପରେ ବିପନ୍ନଙ୍କୁ ଜଣଙ୍କ ପିଛା ୫୦ କେଜି ଚାଉଳ, ୨ହଜାର ଟଙ୍କା, ଜରିପାଲ ଆଦି ବାଣ୍ଟିଥିଲେ। ଗସ୍ତ ପୂର୍ବରୁ ଆଜି ସକାଳେ ମୁଖ୍ୟମନ୍ତ୍ରୀ ସଚିବାଳୟରେ ବାତ୍ୟା ବିପନ୍ନଙ୍କୁ ରିଲିଫ, ଆର୍ଥିକ ସହାୟତା ଓ ଗୃହ ନିର୍ମାଣ ସହାୟତା ଘୋଷଣା କରିଛନ୍ତି। ବିପନ୍ନଙ୍କ ଅଞ୍ଚଳରେ ଖୁବଶୀଘ୍ର କ୍ଷୟକ୍ଷତି ଆକଳନ କରାଯାଇ ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି। ଫନି ସ୍ଥଳଭାଗ ଛୁଇଁବାର ଦିନକ ପୂର୍ବରୁ ମିଳିଥିଲା। ତଥାପି ସଂପୃକ୍ତ ଅଧିକାରୀ ଓ କର୍ମଚାରୀମାନେ ତତ୍ପରତା ଦେଖାଇ ଦିନରାତି ଉଦ୍ଧାର କାର୍ଯ୍ୟ ଲାଗିଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ଉଚ୍ଚ ପ୍ରଶଂସା କରିଛନ୍ତି। କର୍ମଚାରୀମାନେ ଆଗାମୀ ଦିନରେ ବି ନିଷ୍ଠାର ସହ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ସେ ଜନସାଧାରଣଙ୍କ ସହଯୋଗ ବି ଲୋଡ଼ିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀ ବାଣ୍ଟିଥିବା ରିଲିଫକୁ ନେଇ ଅସନ୍ତୋଷ ଦେଖାଦେଇଛି। ବଣ୍ଟାଯାଇଥିବା ଚାଉଳ ଦୁର୍ଗନ୍ଧ ହେଉଥିବା ଓ ଓଦା ହୋଇ ଫୁଲି ଯାଇଥିବାରୁ ଲୋକେ ଏହାକୁ ହେଲିପ୍ୟାଡରେ ଫିଙ୍ଗି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ୍ ବାଣ୍ଟି ଫେରିବା ପରେ ଏହି ଘଟଣା ଜଣାପଡ଼ିଥିଲା। ଲୋକେ ଚାଉଳ ବସ୍ତା ଖୋଲି ଦେଖିବା ପରେ ଏସବୁ ଓଦା ଥିବା ଦେଖିବାକୁ ମିଳିଥିଲା। ପରେ ଲୋକେ ଏହି ଚାଉଳ ସବୁକୁ ହେଲିପ୍ୟାଡରେ ଫିଙ୍ଗି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe