ସାଂପ୍ରଦାୟିକତା ପ୍ରସଙ୍ଗରେ ନବୀନ କଠୋର : ହିଂସା ଉଦ୍ରେକକାରୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି, ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ପୁଲିସକୁ ନିର୍ଦେଶ

Advertisment
ବ୍ରହ୍ମପୁର ମେୟର୍‌ ହେବାକୁ ବିଜେଡିରେ ଡଜନେ ଆଶାୟୀ, ମୁଖ୍ୟମନ୍ତ୍ରୀ ଦେବେ କି ମାଷ୍ଟର ଷ୍ଟ୍ରୋକ୍‌?

image source--news 18

ଏପ୍ରିଲ ୧୦ ସୁଦ୍ଧା ୧୦୦୦ ପରୀକ୍ଷାକୁ ନିଶ୍ଚିତ କର
୧୫ ତାରିଖ ସୁଦ୍ଧା କୋଭିଡ୍ ଶଯ୍ୟା ୩୦୦୦କୁ ବୃଦ୍ଧି ଲକ୍ଷ୍ୟ

ଭୁବନେଶ୍ବର : ଯେଉଁ ବ୍ୟକ୍ତିମାନେ କରୋନା ଆଳରେ ସାଂପ୍ରଦାୟିକ ବିଭେଦର ମଞ୍ଜି ବୁଣିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ଉପରେ ସତର୍କ ନଜର ରଖ। ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଲିସକୁ ଏଭଳି ନିର୍ଦେଶ ଦେଇଛନ୍ତି। କହିଛନ୍ତି, ଏଭଳି ହିଂସା ଉଦ୍ରେକାରୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ମନୋଭାବ ପୋଷଣ କରାଯିବା ଉଚିତ। ସାମାଜିକ ସଦଭାବନା ଯେଭଳି ବଜାୟ ରହେ, ତାକୁ ନିଶ୍ଚିତ କର। କେବଳ ସେତିତିକି ନୁହେଁ, ବିନା ବାଧାରେ ଯେଭଳି ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ହୁଏ, ତାକୁ ସୁନିଶ୍ଚିତ କରିବା ଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଯୋଗେ ସମୁଦାୟ ସ୍ଥିତି ସମୀକ୍ଷା କରିଥିଲେ। ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଭିଡିଓ କନଫରେନ୍ସିଂରେ ଝାରସୁଗୁଡ଼ାରୁ ଯୋଡ଼ି ହୋଇଥିଲେ। ମୁଖ୍ୟସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ମହାପାତ୍ର, ପୁଲିସ ମହାନିର୍ଦେଶକ ଅଭୟଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କରୋନା ନମୁନା ପରୀକ୍ଷା ଓ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ଉପରେ ଗୁରୁତ୍ବାରୋପ କରିଥିଲେ। କହିଥିଲେ, ବର୍ତମାନ କେବଳ ଆ଼ଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର, ଭୁବନେଶ୍ବର, ଏମ୍‌ସ ଭୁବନେଶ୍ବର ଓ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ନମୁନା ପରୀକ୍ଷା ହୋଇପାରୁଛି। ପଶ୍ଚିମଓଡ଼ିଶା ପାଇଁ ବୁର୍ଲା ଭିମସାର୍ ଓ ଦକ୍ଷିଣ ଓଡ଼ିଶା ପାଇଁ ଏମକେସିଜିରେ ଏହି ଭୂତାଣୁ ଚିହ୍ନଟ ପରୀକ୍ଷା ଯେଭଳି ହୋଇପାରିବ, ସେ ନେଇ ସ୍ବାସ୍ଥ୍ୟ ବିଭାଗ ପଦକ୍ଷେପ ନେବା ଦରକାର। ଏପ୍ରିଲ ୧୦ ତାରିଖ ସୁଦ୍ଧା ରାଜ୍ୟରେ ୧୦୦୦ ନମୁନା ଦୈନିକ ପରୀକ୍ଷା ହେବା ଭଳି କ୍ଷମତା ତୁରନ୍ତ ବୃଦ୍ଧି କରିବା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଥିଲେ।

ମେଡିକାଲ ଟିମ୍ ଯେଭଳି କୋଭିଡ୍ ମୁକାବିଲା ଠିକଣା ଢଙ୍ଗରେ କରିବେ, ସେ ନେଇ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ। କହିଥିଲେ, ଡାକ୍ତର ଓ ପାରାମେଡିକ୍ସଙ୍କ ପାଇଁ ପିପିଇ ଓ ଅନ୍ୟ ଆବଶ୍ୟକ ସାମଗ୍ରୀର କୌଣସି ପରିସ୍ଥିତିରେ ଅଭାବ ହେବା ଉଚିତ୍ ନୁହେଁ। ସେହିଭଳି ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିବା ଲାଗି ପଦକ୍ଷେପ ନିଆଯିବା ଦରକାର ବୋଲି ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଆସନ୍ତା ୧୫ ତାରିଖ ସୁଦ୍ଧା ରାଜ୍ୟରେ ଯେଭଳି କୋଭିଡ୍ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ଅତିକମରେ ୩୦୦୦ ଛୁଇଁଥିବ, ସେ ନେଇ ଏବେଠାରୁ ପ୍ରସ୍ତୁତି କରିବା ଲାଗି ନିର୍ଦେଶ ଦେଇଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ପରାମର୍ଶଦାତା ଆର୍ ବାଲକ୍ରିଷ୍ଣନ୍, ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫ଟି ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ୍ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe