ନବୀନ କହିଲେ ଏପର୍ଯ୍ୟାୟରେ ବି ଭଲ କରିବୁ

Advertisment
ନବୀନ କହିଲେ ଏପର୍ଯ୍ୟାୟରେ ବି ଭଲ କରିବୁ

wikidata.org

ଭୁବନେଶ୍ବର : ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହିଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ମଧ୍ୟ ନବୀନ ଅନୁରୂପ ମନ୍ତବ୍ୟ ଦେଇଥିଲେ ଏବଂ ରାଜ୍ୟରେ ବିଜେଡି ସରକାର ଗଠନ କରିବ ବୋଲି କହିଥିଲେ। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହୋଇଥିବା ୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ମଧ୍ୟରୁ ବିଜେଡି ଗତଥର ୪ଟି ଲୋକସଭା ଓ ୨୩ଟି ବିଧାନସଭା ଦଖଲ କରିଥିଲା। ପରବର୍ତ୍ତୀ ସମୟରେ କଂଗ୍ରେସକୁ ଆସିଥିବା ଜର୍ଜ ତିର୍କୀଙ୍କୁ ମିଶାଇଲେ ହାତ ଚିହ୍ନକୁ ମିଳିଥିଲା ୬ଟି ଆସନ। ବିଜେପି ୫ଟି ଓ ସିପିଏମ୍‌ ଗୋଟିଏ ଆସନ ଜିତିଥିଲେ। ଏବେ ନବୀନଙ୍କ ମନ୍ତବ୍ୟ ପରେ ବିଜେଡି କେତେ ଆସନ ଜିତିବ ସେନେଇ ଅଙ୍କ କଷା ଆରମ୍ଭ ହୋଇଛି। ଏଠାରେ ଉଲ୍ଲେଖ ଥାଉକି ବିଜେପି ଓ କଂଗ୍ରେସ ମଧ୍ୟ ଦ୍ବିତୀୟ ପର୍ଯ୍ୟାୟରେ ଭଲ ଆସନରେ ଜିତିବେ ବୋଲି ପୂର୍ବରୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe