ଚାମଲିଙ୍ଗଙ୍କ ପରି କ୍ରମାଗତ ଭାବେ ନବୀନ ବି ୫ମ ଥର ମୁଖ୍ୟମନ୍ତ୍ରୀ

Advertisment
୨୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ!, ୨୬ରେ ବିଜେଡି ବିଧାୟକ ଦଳର ବୈଠକ

ଭୁବନେଶ୍ବର : ଲଗାତାର ଭାବେ ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ସିକିମ୍ ମୁଖ୍ୟମନ୍ତ୍ରୀ ପବନ ଚାମଲିଙ୍ଗଙ୍କ ପରେ ଲଗାତାର ନବୀନ ପଟ୍ଟନାୟକ ସାରା ଦେଶରେ ଦ୍ବିତୀୟ ନେତା ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଷୋଡ଼ଶ ବିଧାନସଭା ପାଇଁ ବିଜେଡି ସବୁଠୁ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଛି। ଆସନ୍ତା ଦିନେ ଦୁଇଦିନ ଭିତରେ ବିଜେଡିର ନିର୍ବା ଚିତ ବିଧାୟକମାନେ ଶ୍ରୀ ପଟ୍ଟନାୟକଙ୍କୁ ବିଧାୟକ ଦଳର ନେତାଭାବେ ଚୟନ କରି ଔପଚାରିକତା ପୁରା କରିବେ।

ପ୍ରକାଶଥାଉକି, ୨୦୦୦ ମସିହାରୁ ଆଜିଯାଏଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ପଟ୍ଟନାୟକ କ୍ରମାଗତ ଭାବେ ରାଜ୍ୟର ଶାସନଭାର ଗ୍ରହଣ କରିଆସିଛନ୍ତି। ରାଜ୍ୟର ମହିଳାଙ୍କଠୁ ଆରମ୍ଭ କରି ସବୁ ବର୍ଗର ଲୋକଙ୍କ ପାଇଁ ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରିଆସୁଥିବାରୁ ବାରମ୍ବାର ନବୀନଙ୍କ ଉପରେ ଲୋକେ ଆସ୍ଥା ପ୍ରକଟ କରିଆସୁଛନ୍ତି। ନବୀନଙ୍କ ସମକକ୍ଷ ଭାବେ ସିକିମର ବୁର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ପବନ ଚାମଲିଙ୍ଗ ମଧ୍ୟ ସିକିମ ଡେମକ୍ରାଟିକ ଫ୍ରଣ୍ଟ୍ ଦଳରୁ ୫ଥର ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି। ପ୍ରଥମ ଥର ପାଇଁ ୧୯୯୪ ମସିହା ଡିସେମ୍ବର ୧୨ ତାରିଖରେ ପ୍ରଥମ ଥର ପାଇଁ ଶ୍ରୀ ଚାମଲିଙ୍ଗ ସିକିମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶା ବିଧାନସଭା ସମେତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି। ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଭାବେ ବରିଷ୍ଠ ସିପିଏମ ନେତା ଜ୍ୟୋତିରିନ୍ଦ୍ର ବସୁ ୧୯୭୭ରୁ ୨୦୦୦ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe