କରୋନା ଆକ୍ରାନ୍ତ ଦୁଇ ବିଧାୟକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଚିକିତ୍ସାଧୀନ କୋଭିଡ୍‌ ଯୋଦ୍ଧ‌ା ଓ ରୋଗୀଙ୍କ ସହ ମଧ୍ୟ କଥା ହେଲେ

ଶିକ୍ଷା ପ୍ରଶାସନ ଶିକ୍ଷାବିତ୍‌ଙ୍କ ହାତରେ ରହୁ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଅବସରପ୍ରାପ୍ତ ଶିକ୍ଷକ ସଂଘ

ଭୁବନେଶ୍ବର : କରୋନା ଆକ୍ରାନ୍ତ ଦୁଇ ବିଧାୟକ ସୁକାନ୍ତ ନାୟକ ଓ ପ୍ରଶାନ୍ତ ବେହେରାଙ୍କ ସହ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ‌ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ଫୋନ୍ କରି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଆରୋଗ୍ୟ କାମନା କରିଥିଲେ।

ବିଭିନ୍ନ କୋଭିଡ୍‌ କେୟାର ସେଣ୍ଟର୍‌ରେ ଚିକିତ୍ସିତ ଥିବା କିଛି କୋଭିଡ୍‌ ଯୋଦ୍ଧାଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ କଥା ହୋଇ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ମହତ କାର୍ଯ୍ୟକୁ ପ୍ରଶଂସା କରିବା ସହ ଭଲ କାମ ପାଇଁ ସବୁ ପ୍ରକାର ସହ‌ଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା କିଛି ରୋଗୀଙ୍କୁ ମୁଖ୍ୟମନ୍ତ୍ରୀ ଫୋନ୍ କରି କଥା ହୋଇଥିଲେ। ହସ୍ପିଟାଲ୍‌ରେ ଠିକ୍ ଭାବେ ସେବା ମିଳୁଛି କି ନାହିଁ ପଚାରିବା ସହ ସେମାନଙ୍କ ଆରୋଗ୍ୟ କାମନା କରିଥିଲେ।

‘ମୋ ସରକାର’ରେ କୋଭିଡ୍‌ ପରିଚାଳନା ସାମିଲ ହୋଇଛି। ତେଣୁ ବରିଷ୍ଠ ଅଧିକାରୀମାନେ ନିୟମିତ ବ୍ୟବଧାନରେ କୋଭିଡ୍‌ ଯୋଦ୍ଧା ଓ ରୋଗୀମାନଙ୍କ ସହ କଥା ହୋଇ ସେମାନଙ୍କ ମତାମତ ଆଣିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe