ତାମିଲନା଼ଡୁରୁ ଫେରିବେ ଓଡ଼ିଆ, ପଲାନିସ୍ୱାମୀଙ୍କ ସହ କଥା ହେଲେ ନବୀନ

Advertisment

ଭିଡ଼ିଓ କନଫରେନ୍ସିଂରେ ଯୋଡ଼ିେହଲେ ଧର୍ମେନ୍ଦ୍ର

ଭିଡ଼ିଓ କନଫରେନ୍ସିଂରେ ଯୋଡ଼ିେହଲେ ଧର୍ମେନ୍ଦ୍ର

ନବୀନ @ ୭୫ : ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ମହାରାଷ୍ଟ୍ର ଓ ଗୁଜରାଟ ପରେ ରାଜ୍ୟ ସରକାର ତାମିଲନାଡୁରୁ ପ୍ରବାସୀଙ୍କୁ ଫେରାଇ ଆଣିବା ଲାଗି ଆଜି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ କେ ପଲାନିସ୍ବାମୀଙ୍କ ସହ କଥା ହୋଇଛନ୍ତି। ତାମିଲାନାଡୁରେ ଅଟକି ରହିଥିବା ଓଡ଼ିଆଙ୍କ ଫେରିବା ସଂପର୍କରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡ଼ିଓ କନଫରେନ୍ସିଂରେ ଯୋଗ ଦେଇଥିଲେ।

ଲକ୍‌ଡାଉନ୍ ସମୟରେ ତାମିଲନାଡୁ ସରକାର ସେଠାରେ ଅଟକି ରହିଥିବା ଓଡ଼ିଆଙ୍କ ଉପଯୁକ୍ତ ଯତ୍ନ ନେଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରୀ ପଲାନିସ୍ବାମୀଙ୍କୁ ଧନ୍ୟବାଦ ଦେଇଥିଲେ। ତାମିଲନା଼ଡୁରୁ ଓଡ଼ିଶା ଫେରିବାକୁ ଚାହୁଁଥିବା ଲୋକଙ୍କୁ ଯେପରି ସୁବିଧାରେ ଫେରାଇ ଅଣାଯିବ ସେ ନେଇ ସହଯୋଗ କରିବା ଲାଗି ନବୀନ ତାଙ୍କୁ ଅନୁରୋଧ କରିଥିଲେ। ତାମିଲନା଼ଡୁ ସରକାର ଏ ଦିଗରେ ସମସ୍ତ ସହଯୋଗ କରିବେ େବାଲି ପ୍ରତିଶ୍ରୁତି ଦେଇଥିଲେ।

ଚେନ୍ନାଇର ଗୁରୁ ନାନକ କଲେଜରେ କରାଯାଇଥିବା ଶିବିରରେ ରହିଥିବା ଓଡ଼ିଆମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସିଂରେ ସାମିଲ ହୋଇ କଥା ହୋଇଥିଲେ। ତାମିଲନାଡୁ ସରକାରଙ୍କ ସହଯୋଗ ପାଇଁ ସେମାନେ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe