ଓଡ଼ିଶାବାସୀଙ୍କୁ ଗଭୀର କୃତଜ୍ଞତା ଜଣାଇଲେ ନବୀନ

Advertisment

ଜାତୀୟ ରାଜନୀତି ପାଇଁ କହିଲେ ‘ଅପେକ୍ଷା କରିବା, ଦେଖିବା’

ଜାତୀୟ ରାଜନୀତି ପାଇଁ କହିଲେ ‘ଅପେକ୍ଷା କରିବା, ଦେଖିବା’

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଡାକ୍ତରଖାନାରେ ଶଯ୍ୟା ସଂଖା ବୃଦ୍ଧି, ରୋଗୀଙ୍କ ସହାୟକଙ୍କ ଲାଗି ସ୍ୱତନ୍ତ୍ର ସୁବିଧା

wikidata.org

ଭୁବନେଶ୍ବର : ବିଜୁ ଜନତା ଦଳର ବିପୁଳ ବିଜୟ ପାଇଁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତିି। ଆମକୁ ସେମାନେ ବାରମ୍ବାର ଆର୍ଶୀବାଦ କରୁଛନ୍ତି। ସେଥିପାଇଁ ଏହି ବିଜୟର ଶ୍ରେୟ ‌ଜନତାଙ୍କର ବୋଲି ସେ ବିନମ୍ରତାର ସହ ପ୍ରକାଶ କରିଛନ୍ତି। ଜାତୀୟ ରାଜନୀତିରେ ବିଜେଡି କି ଭୂମିକା ଗ୍ରହଣ କରିବ ସେ ନେଇ ପ୍ରତିକ୍ରିୟା ଦେଇ ସେ କହିଲେ, ‘‌ଆମେ ଅପେକ୍ଷା କରିବା ଦେଖିବା’।

ଆଜି ସନ୍ଧ୍ୟାରେ ଗଣମାଧ୍ୟମକୁ ବିଜୟ ନେଇ ନିଜ ପ୍ରତିକ୍ରିୟା ଦେଇ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ କହିଲେ, ମୁଁ ଓଡ଼ିଶାବାସୀଙ୍କୁ ଗଭୀର କୃତଜ୍ଞତା ଜଣାଇବାକୁ ଚାହେଁ। ସେମାନେ ବିଜୁ ଜନତା ଦଳ ଉପରେ ଭରସା ରଖି ସମୟକୁ ସମୟ ଆର୍ଶୀବାଦ ଅଜାଡ଼ି ଦେଉଛନ୍ତି। ବିଜେଡିର ନେତା ଓ କର୍ମୀମାନେ ଅକ୍ଳାନ୍ତ ପରିଶ୍ରମ କରି ଦଳକୁ ବିଜୟୀ କରିଥିବାରୁ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ବିଶେଷ କରି ରାଜ୍ୟର ମହିଳାମାନେ ଆଗେଇ ଆସି ଅନେକ ସଂଖ୍ୟାରେ ମତଦାନ କରିଛନ୍ତି। ଏଣୁ ବିଜେଡିର ବିଜୟରେ ସେମାନଙ୍କର ଶ୍ରେୟ ରହିଛି। ସେହି ମହିଳାଙ୍କୁ ସେ ଧନ୍ୟବାଦ ଜ୍ଞାପନ କରିଥିଲେ।

ଜାତୀୟ ରାଜନୀତିରେ ବିଜେଡିର ଭୂମିକା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ବିଜେଡି ମୁଖିଆ କହିଲେ, ଏ ନେଇ ଆମେ ଅପେକ୍ଷା କରିବା ଏବଂ ଦେଖିବା। ଅର୍ଥାତ୍‌ ଜାତୀୟ ରାଜନୀତିର ପାଣିପାଗ ଅନୁଧ୍ୟାନ କରିବାକୁ ସେ ଇସାରା ଦେଇଥିଲେ। ଉଲ୍ଲେଖଯୋଗ୍ୟ, ଚଳିତ ନିର୍ବାଚନ ଅବସରରେ ସେ କହିଥିଲେ ଯେ ଏଣିକି ଆଉ ସମଦୂରତା ନୁହେଁ। ବରଂ ଯେଉଁ ଜାତୀୟ ରାଜନୈତିକ ଦଳ ଓଡ଼ିଶାର ସ୍ବାର୍ଥ ପ୍ରତି ଅନୁକୂଳ ଆଭିମୁଖ୍ୟ ପ୍ରଦର୍ଶନ କରିବ, ବିଜେଡି ତା’କୁ ସମର୍ଥନ ଦେଇପାରେ। ଚଳିତ ସାଧାରଣ ନିର୍ବାଚନରେ ବିଜେପି ସର୍ବାଧିକ ସଂଖ୍ୟାରେ ବିଜୟୀ ହୋଇ କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଛି। ଝୁଲା ସରକାର ହେବ ନାହିଁ। ଏଣୁ, ବିଜେପି ସହିତ ସଂପର୍କ ଯୋଡ଼ିବା ବିଜେଡି ପାଇଁ ଏକମାତ୍ର ବିକଳ୍ପ ରହିଛି। ତେବେ ଏ ନେଇ ଆଗାମୀ ଦିନରେ ରୂପରେଖ ସ୍ପଷ୍ଟ ହେବ। ବିଜେପି ଓ ଏହାର ସହଯୋଗୀ ଦଳମାନେ ବିପୁଳ ବିଜୟ ଲାଭ କରିଥିବାରୁ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅଭିନନ୍ଦନ ଜଣାଇଥିବା ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe