ନବୀନ ପଟ୍ଟନାୟକ ଜୁନ୍ ୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ: ପାଣ୍ଡିଆନ୍

ନବୀନ ପଟ୍ଟନାୟକ ଜୁନ୍ ୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ: ପାଣ୍ଡିଆନ୍

ନିମାପଡା: ନିମାପଡାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ବିଜେଡିର ଷ୍ଟାର୍ ପ୍ରଚାରକ ଭି.କେ ପାଣ୍ଡିଆନ୍ ପ୍ରଚାର କରିଛନ୍ତି। ଏହା ସହିତ ସେ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଦେଖି ବିରୋଧୀ ଦଳ ନେତାଙ୍କ ମୁଣ୍ଡ କାମ କରୁନି । କେନ୍ଦ୍ର ତଥା ଅନ୍ୟ ରାଜ୍ୟରୁ ବଡବଡ ନେତା ଓଡ଼ିଶାକୁ ଆସୁଛନ୍ତି, ଆମ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି ।

ମୁଁ ଶୁଣିବାକୁ ପାଇଲି ବିଜେପିର ନେତାମାନେ ଧମକ ଦେଉଛନ୍ତି, ଆମର ସରକାର ଆସୁଛି, ଆମେ ଆପଣମାନଙ୍କୁ ହଇରାଣ କରିବୁ । ବିଲ୍ ପାସ୍ କରିବାକୁ ଦେବୁନି ବୋଲି ସେମାନେ ଧମକ ଦେଉଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାନ୍ତିରେ ବିଶ୍ୱାସ କରନ୍ତି । ଆମର କେହି କିଛି କରିପାରିବେ ନାହିଁ । ମୁଁ ଦୃଢ ଆତ୍ମ ବିଶ୍ୱାସର ସହ ବିରୋଧୀଙ୍କୁ କହିବି, ଝଗଡା କରନ୍ତୁ ନାହିଁ, ଭଲ ହେବ ନାହିଁ । ବିରୋଧୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ସଦ୍‌ବୁଦ୍ଧି ଦିଅନ୍ତୁ । ଓଡିଶାକୁ ଆସି ଓଡିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳିନ ମନ୍ତବ୍ୟ ନ ଦେଇ ଓଡିଶାରୁ ଓଡ଼ିଆ ସଂସ୍କାର ଶିକ୍ଷା କରି ଯାଆନ୍ତୁ ବୋଲି ଭିକେ ପାଣ୍ଡିଆନ୍ ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି।

ଜୁନ୍ ୯ ତାରିଖରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ଗ୍ରହଣ କରିବା ପରେ ପ୍ରଥମେ ତିନୋଟି ଦସ୍ତଖତ କରିବେ । ପ୍ରଥମେ ବିଜୁଳି ବିଲ୍ ଛାଡ କରିବା ପାଇଁ ଦସ୍ତଖତ କରିବେ । ବିଏସକେୱାଇ କାର୍ଡ ସମସ୍ତେ ପାଇବେ ବୋଲି ଦ୍ୱିତୀୟ ଦସ୍ତଖତ କରିବେ। ଏହା ସହିତ ମିଶନ ଶକ୍ତି ମାଆମାନଙ୍କୁ ଭତ୍ତା ଦିଆଯିବା ନେଇ ତୃତୀୟ ଦସ୍ତଖତ କରିବେ। ତେଣୁ ଯୋଡି ଶଙ୍ଖରେ ଭୋଟ୍ ଦେଇ ବିଜେଡିକୁ ବିଜୟ କରିବା ପାଇଁ ଭିକେ ପାଣ୍ଡିଆନ୍ ଜନତାଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe