କଲେଜ ଛାତ୍ରଛାତ୍ରୀଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ

Advertisment
କଲେଜ ଛାତ୍ରଛାତ୍ରୀଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟର ୯ଟି କଲେଜର ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାମାସ ୯ତାରିଖରେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ୯ଟି ଜିଲ୍ଲା ବିଶେଷକରି ୭ଟି ପଛୁଆ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଭିଡିଓ କନଫରେସନ୍‌ସ ବ୍ୟବସ୍ଥା କରିବାକୁ ଓକାକ୍‌କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ନବରଙ୍ଗପୁରର ନବରଙ୍ଗପୁର କଲେଜ, ସମ୍ବଲପୁରର କୁଚିଣ୍ଡା କଲେଜ, ସୁନ୍ଦରଗଡ଼ର ବଣାଇଗଡ଼ କଲେଜ, ମୟୂରଭଞ୍ଜର ରାଇରଙ୍ଗପୁର କଲେଜ, କେନ୍ଦୁଝରର ଚମ୍ପୁଆସ୍ଥିତ ଚନ୍ଦ୍ର ଶେଖର ଓ ଆନନ୍ଦପୁର କଲେଜ, କନ୍ଧମାଳର ବାଲିଗୁଡ଼ାସ୍ଥିତ ଆଦିବାସୀ କଲେଜ, ରାୟଗଡ଼ାର ରାୟଗଡ଼ା ସ୍ୱୟଂଶାସିତ କଲେଜ ଓ ଗୁଣୁପରସ୍ଥିତ ଗୁଣୁପୁର କଲେଜ, ବାଲେଶ୍ୱରର ନୀଳିଗିରିସ୍ଥିତ ନୀଳଗିରି କଲେଜ ଓ ମାଲକାନାଗିରିର ମାଲକାନାଗିରି କଲେଜରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe