ରବିବାର ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ : ରାଷ୍ଟ୍ରପତିଙ୍କୁ ବି ଭେଟିବେ ନବୀନ, ରାଷ୍ଟ୍ରପତିଙ୍କୁ ବି ଭେଟିବେ ନବୀନ

Advertisment
ରବିବାର ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ : ରାଷ୍ଟ୍ରପତିଙ୍କୁ ବି ଭେଟିବେ ନବୀନ, ରାଷ୍ଟ୍ରପତିଙ୍କୁ ବି ଭେଟିବେ ନବୀନ

Bhubaneswar Live

ଭୁବନେଶ୍ବର : ଆସନ୍ତା ୯ ତାରିଖରୁ ଏକ ସପ୍ତାହ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଉଛନ୍ତି। ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିବେ। ପରେ ନବୀନ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ। ସେହିଭଳି ଜୁନ୍ ୧୫ ତାରିଖରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିତି ଆୟୋଗ ସାଧାରଣ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ମୁଖ୍ୟମନ୍ତ୍ରୀ ତାଙ୍କ ଦିଲ୍ଲୀଗସ୍ତ କାଳରେ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ଏକାଧିକ ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଲେ‌ାଚନା ସମୟରେ ସଂପୃକ୍ତ ବିଭାଗର ରାଜ୍ୟମନ୍ତ୍ରୀ ଉପସ୍ଥିତ ରହିପାରନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଭିନ୍ନ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ େବାଲି ବିେବଚନା କରାଯାଉଛି। େମାଦୀ ଦ୍ବିତୀୟ ଥର ପାଇଁ ଦାୟିତ୍ବ େନବା ପରେ ଏହା ନବୀନଙ୍କର ପ୍ରଥମ ସୌଜନ୍ୟମୂଳକ ସାକ୍ଷାତ ଆେଲାଚନା େହବ। ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ରାଜ୍ୟ ପ୍ରଦାନ ଦାବି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତି। ଫନି ପରବର୍ତୀ ପରିସ୍ଥିତିେର ତୁରନ୍ତ କ୍ଷତିପୂରଣ ପ୍ରଦାନ ସଂପର୍କରେ ମଧ୍ୟ ଆେଲାଚନା େହାଇପାରେ। ଆୟୁଷ୍ମାନ ଭାରତ େଯାଜନାରେ ଓଡ଼ିଶା ସାମିଲ ସଂପର୍କରେ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଜଣାଇପାରନ୍ତି। ଏହି ଆେଲାଚନା େବଳେ େଲାକସଭା ଉପବାଚସ୍ପତି ପ୍ରସଙ୍ଗ ଉଠିପାରେ। ଅର୍ଥନୈତିକ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ଓଡ଼ିଶାକୁ ମିଳିବା ସମ୍ଭାବନା ଅଧିକ। ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe