ପୁଞ୍ଜିପତିଙ୍କୁ ଡାକିବା ପାଇଁ ନବୀନ ପୁଣି ଅଣ୍ଟା ଭିଡିଲେ : ମୁମ୍ବାଇ ପରେ ୧୨ରେ ଦିଲ୍ଲୀ, ୨୬ରେ ଚେନ୍ନାଇ ଯିବେ

Advertisment
ନକ୍ସଲ ଆକ୍ରମଣରେ ସୁରକ୍ଷାକର୍ମୀ ଓ ସାମ୍ବାଦିକଙ୍କ ମୃତ୍ୟୁ ଘଟଣା

ଭୁବନେଶ୍ୱର : ଗତମାସ ୧୨ ତାରିଖରେ ମୁମ୍ବାଇ ଯାଇ ରୋଡ୍‌ ସୋ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁଞ୍ଜିପତିଙ୍କ ସହିତ ପ୍ରତ୍ୟକ୍ଷ ଭାବେ ଆଲୋଚନା କରି ଓଡ଼ିଶାରେ ନିବେଶ କରିବା ପାଇଁ ଆମନ୍ତ୍ରଣ କରିଥିଲେ। ଠିକ୍‌ ମାସକ ପରେ ମୁଖ୍ୟମନ୍ତ୍ରୀ ପୁଣି ଥରେ ପୁଞ୍ଜି ଗୋଟାଇବା ଲାଗି ଦିଲ୍ଲୀ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୧୨ ତାରିଖରେ ନୂଆଦିଲ୍ଲୀ ଯାଇ ମୁଖ୍ୟମନ୍ତ୍ରୀ ପୁଞ୍ଜିପତିଙ୍କ ଏକ ସମ୍ମିଳନୀରେ ଭାଗ ନେବେ। ଓଡ଼ିଶାରେ ପୁଞ୍ଜିନିବେଶ କଲେ ନିର୍ଦିଷ୍ଟ କେଉଁ କେଉଁ ସୁବିଧା ସୁଯୋଗ ମିଳିବ, ତାର ଲମ୍ବା ତାଲିକା ଧରାଇବା ସହିତ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ଦ୍ୱିତୀୟ ସଂସ୍କରଣରେ ଯୋଗଦେବା ପାଇଁ ଶିଳ୍ପପତିମାନଙ୍କୁ ମଧ୍ୟ ଆମନ୍ତ୍ରଣ କରିବେ। ଏଥିପାଇଁ ଆସନ୍ତା ୧୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଯାଉଥିବା ସୂଚନା ମିଳିଛି। ୧୩ ତାରିଖରେ ସେ ଓଡ଼ିଶା ଫେରିବେ। ତେବେ ଏଠାରେ ରୋଡ୍‌ ସୋ ରେ ଭାଗ ନେବାକୁ କେଉଁ କେଉଁ ଶିଳ୍ପପତିଙ୍କୁ ଡକାଯାଇଛି, ତାହା ଜଣାପଡିନାହିଁ।

ଏହାର ଠିକ୍‌ ଦୁଇ ସପ୍ତାହ ପରେ ଅର୍ଥାତ୍‌ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଚେନ୍ନାଇ ଯାଉଥିବା ସୂଚନା ମିଳିଛି। ସେହିଦିନ ଚେନ୍ନାଇ ଠାରେ ଓଡ଼ିଶା ଭବନର ଉଦ୍‌ଘାଟନ ହେବ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଓ ଶ୍ରୀ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏହାର ପରଦିନ ସେଠାରେ ଆଉ ଏକ ସମ୍ମେଳନରେ ମୁଖ୍ୟମନ୍ତ୍ରୀ ସେ ଅଞ୍ଚଳର ନିବେଶକାରୀଙ୍କୁ ଓ଼ଡ଼ିଶାକୁ ଆମନ୍ତ୍ରଣ କରିବେ ବୋଲି ସ୍ଥିର ହୋଇଛି। ସେଠାରେ ମଧ୍ୟ ରୋଡ୍‌ ସୋରେ ମୁଖ୍ୟମନ୍ତ୍ରୀ ଭାଗନେବେ।

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୧୮ର ଥିମ୍‌ ରହିଛି ‘ଆଇ ଆମ୍‌ ଓଡ଼ିଶା’। ଏଥର କନ୍‌କ୍ଲେଭରୁ ସିଆଇଆଇ ଓହରିଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଅଣ୍ଟା ଭିଡି ଏଭଳି ଏକ କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି ଓ ନିଜେ ଶିଳ୍ପମନ୍ତ୍ରୀଙ୍କୁ ନିବେଶ ପାଇଁ ଡାକୁଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୬ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌, ମୁମ୍ବାଇ, ଭୁବନେଶ୍ୱର ଓ ବେଙ୍ଗୁଲୁରରେ ରାଜ୍ୟ ସରକାରଙ୍କୁ ମୋଟ ୩ ଲକ୍ଷ ୬୪ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତି ମିଳିଥିଲା। ୨୦୧୭ ସୁଦ୍ଧା ଏ ମଧ୍ୟରୁ ୨ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଓଡ଼ିଶାରେ ହୋଇସାରିଥିବା ସରକାରଙ୍କ ପକ୍ଷରୁ କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe