ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଁ ନବୀନ ୨୧ରେ ଯିବେ ମହାରାଷ୍ଟ୍ର

Advertisment

ପୁନେରେ ୧୦ହଜାର ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବେ ନବୀନ

ପୁନେରେ ୧୦ହଜାର ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବେ ନବୀନ

ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଁ ନବୀନ ୨୧ରେ ଯିବେ ମହାରାଷ୍ଟ୍ର

ଭୁବନେଶ୍ୱର : ‘ଶ୍ରେଷ୍ଠ ପ୍ରଶାସକ’ ପରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ଭାବେ ଆଉ ଏକ ଜାତୀୟ ପୁରସ୍କାର ମିଳିବ। ଜାନୁଆରି ୨୧ ତାରିଖ ଦିନ ମହାରାଷ୍ଟ୍ରର ପୁନେଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ପ୍ରତିଭା ପାଟିଲ୍‌ଙ୍କ ହାତରେ ନବୀନ ଏହି ପୁରସ୍କାର ପ୍ରଦାନ ଗ୍ରହଣ କରିବେ। କେବଳ ସେତିକି ନୁହେଁ, ନବୀନ ସେଠାରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ତାଙ୍କ ସରକାର ଓଡ଼ିଶାରେ ଯେଉଁ ବିରଳ ସଫଳତା ହାସଲ କରିଛି ସେହି ଅନୁଭବ ବାବଦରେ କହିବେ।ଏଥିଲାଗି ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୧ ତାରିଖରେ ମହାରାଷ୍ଟ୍ର ଗସ୍ତରେ ଯାଉଥିବା ସୂଚନା ମିଳିଛି। ୨୨ ତାରିଖରେ ସେ ଫେରିବା ବେଳେ ହଜାର ହଜାର ବିଜେଡି କର୍ମୀ ତାଙ୍କୁ ପାଛୋଟି ଆଣିବା ଲାଗି ଯୋଜନା ଚାଲିଛି।

ଉଲ୍ଲେଖଯୋଗ୍ୟ, ପୁନେସ୍ଥିତ ତଥା ଜାତୀୟ ସ୍ତରରେ ଜଣାଶୁଣା ଶିକ୍ଷାନୁଷ୍ଠାନ ଏମଆଇଟି ୱାଲର୍ଡ ପିସ୍‌ ଯୁନିଭର୍ସିଟି ପକ୍ଷରୁ ନବୀନ ପଟ୍ଟନାୟକଙ୍କୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ଭାବେ ଏହି ସମ୍ମାନ ଦିଆଯାଉଛି। ଏହି ଅନୁଷ୍ଠାନ ପକ୍ଷରୁ ଗତ ୭ ବର୍ଷ ଧରି ଭାରତୀୟ ଛାତ୍ର ସଂସଦ ନାଁରେ ଏକ ବିଶାଳ ଜାତୀୟ ସମାବେଶର ଆୟୋଜନ କରାଯାଉଛି। ଏହାର ପରିଚାଳନା ପରିଷଦ ବା ଗଭର୍ଣ୍ଣିଂ କାଉନସିଲରେ ଜଣାଶୁଣା ଟିଭି ସାମ୍ବାଦିକ ଓ ଲେଖକ ମାର୍କ ଟଲି, ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଟି.ଏନ୍‌. ଶେଷାନ୍‌, ସମାଜସେବୀ ତଥା ମହାତ୍ମା ଗାନ୍ଧି ଫାଉଣ୍ଡେସନ୍‌ର ସଭାପତି ତୁଷାର ଗାନ୍ଧି ଏବଂ ବିଶିଷ୍ଟ ବୈଜ୍ଞାନିକ ଆର.ଏସ୍‌. ମାସେଲକର ପ୍ରମୁଖ ଅଛନ୍ତି। ରାଜ୍ୟର ସାମଗ୍ରିକ ବିକାଶ, ଲଗାତାର ଅର୍ଥନୈତିକ ଅଭିବୃଦ୍ଧି, ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ବିଶେଷ ସଫଳତା, ଦୁର୍ନୀତି ନିବାରଣ ପାଇଁ ବଳିଷ୍ଠ ପଦକ୍ଷେପ. ଯୁବଶକ୍ତିର ବିକାଶ, ମହିଳା ସଶକ୍ତିକରଣ, ସ୍ୱଚ୍ଛ ପ୍ରଶାସନ, ବଳିଷ୍ଠ ତଥା ପ୍ରେରଣାପ୍ରଦ ନେତୃତ୍ୱ ଏବଂ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷର ସମସ୍ତଙ୍କୁ ପାଇଁ ବିକାଶ ଆଦି ମାପକାଠିକୁ ଆଧାର କରି ନବୀନଙ୍କୁ ଚୟନ କରାଯାଇଥିବା କୁହାଯାଉଛି।

ଏମଆଇଟି ୱାଲର୍ଡ ପିସ୍‌ ଯୁନିଭର୍ସିଟି ପକ୍ଷରୁ ଚଳିତ ବର୍ଷ ଆୟୋଜିତ ଏହି ସମ୍ମିଳନୀରେ ଅନ୍ୟ ପ୍ରମୁଖ ଅତିଥି ଓ ବକ୍ତାମାନଙ୍କ ମଧ୍ୟରେ ଅଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାୱଡକର, ସ୍ମୃତି ଇରାନୀ, ରାଜବର୍ଦ୍ଧନ ସିଂହ ରାଠୋର, ପୁନେର ମେୟର ମୁକ୍ତା ତିଲକ, ସିପିଏମ୍‌ ନେତ୍ରୀ ବ୍ରିନ୍ଦା କରାତ୍‌, ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବଂଶୀବାଦକ ହରିପ୍ରସାଦ ଚୌରସିଆ ପ୍ରମୁଖ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe