ମୁଖ୍ୟମନ୍ତ୍ରୀ ଦେଖିଲେ ବାଜିରାଉତଙ୍କ ଉପରେ ପ୍ରାମାଣିକ ଚଳଚ୍ଚିତ୍ରର ପ୍ରିମିୟର

ମୁଖ୍ୟମନ୍ତ୍ରୀ ଦେଖିଲେ ବାଜିରାଉତଙ୍କ ଉପରେ ପ୍ରାମାଣିକ ଚଳଚ୍ଚିତ୍ରର ପ୍ରିମିୟର

ଭୁବନେଶ୍ବର : ମାତ୍ର ୧୨ ବର୍ଷ ବୟସର ବାଳକ। କିନ୍ତୁ ବ୍ରିଟିଶ୍‌ ପୁଲିସ୍‌କୁ ସେ ଅଟକାଇ ଅଦମ୍ୟ ସାହସ ପ୍ରଦର୍ଶନ କରିଥିଲେ। ଏଥିପାଇଁ ତାଙ୍କୁ ପ୍ରାଣବଳି ଦେବାକୁ ପଡ଼ିଥିଲା। ସେହି ବାଳକ ହେଉଛନ୍ତି ସହିଦ ବାଜିରାଉତ। ଆଜି ସଚିବାଳୟରେ ବାଜିରାଉତଙ୍କ ସାହସ ଓ ଦେଶଭକ୍ତିର ସଫଳ ଉପସ୍ଥାପନା ଏକ ପ୍ରାମାଣିକ ଚଳଚ୍ଚିତ୍ର ଜରିଆରେ ପ୍ରଦର୍ଶନ କରାଯାଇଥିଲା। ଏହି ଚଳଚ୍ଚିତ୍ର ମାତ୍ର ୨୫ ମିନିଟ୍‌ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଛାତ୍ରଛାତ୍ରୀମା‌ନଙ୍କ ମଧ୍ୟରେ ସ୍ବାଧୀନତା ସଂଗ୍ରାମର ମୂଲ୍ୟବୋଧର ବିକାଶ ନିମନ୍ତେ ଏହି ଚଳଚ୍ଚିତ୍ରକୁ ବିଭିନ୍ନ ବିଦ୍ୟାଳୟରେ ପ୍ରଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ସହିଦ ବାଜିରାଉତ ପ୍ରାମାଣିକ ଚଳଚ୍ଚିତ୍ରର ପ୍ର‌େଯାଜକ ସତ୍ୟବ୍ରତ ରଥ ଓ ନି‌େର୍ଦଶକ ଚିନ୍ମୟ ଦାସଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ସୂଚନାଯୋଗ୍ୟ, ୧୯୩୮ ମସିହା ଅକ୍ଟୋବର ୧୧ ତାରିଖରେ ବାଜିରାଉତ ପ୍ରଜା ଆନ୍ଦୋଳନରେ ସାମିଲ ହୋଇ ବ୍ରିଟିଶ୍‌ ପୁଲିସ୍‌ର ଗୁଳିମାଡ଼ରେ ସହିଦ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe