The Indian Express
ଭୁବନେଶ୍ବର : ବାତ୍ୟାରେ ପ୍ରଭାବିତ ପୁରୀ ଜିଲ୍ଲା ପାଇଁ ଅତିରିକ୍ତ ୧ହଜାର କିଲୋ ଲିଟର କିରାସିନି ଯୋଗାଇବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ପାଇଁ ସମୟ ଲାଗିବ। ତେଣୁ କୋଟା ବାଦ୍ ଏହି ଅତିରିକ୍ତ କିରାସିନିକୁ ଚଳିତମାସରେ ତୈଳ କମ୍ପାନିମାନେ ହୋଲସେଲର୍ଙ୍କ ଜରିଆରେ ମାଗଣାରେ ପ୍ରଦାନ କରନ୍ତୁ। ଯାହାଫଳରେ ପ୍ରଭାବିତ ଅଞ୍ଚଳରେ ଥିବା ଲୋକମାନଙ୍କୁ ଏହାକୁ ମାଗଣାରେ ବଣ୍ଟନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି।
Follow Us