ଇସ୍କନ୍‌ ମନ୍ଦିର ବନ୍ୟା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି : ଗଡ଼କରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ନବୀନ

Advertisment
ଇସ୍କନ୍‌ ମନ୍ଦିର ବନ୍ୟା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି : ଗଡ଼କରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ନବୀନ

ଭୁବନେଶ୍ୱର : ଭୁବନେଶ୍ୱର ଜାତୀୟ ରାଜପଥ ନମ୍ବର ୧୬ ସର୍ଭିସ୍‌ ରାସ୍ତା ସଂଲଗ୍ନ ଇସ୍କନ୍‌ ମନ୍ଦିର ନିକଟ ବନ୍ୟା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତିି। ଏହି ଜାତୀୟ ରାଜପଥ ନିର୍ମାଣ ହେବା ପରଠାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ସେ ଉଲ୍ଲେଖ କରିଛନ୍ତିି।

ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତିି, ଭୁବନେଶ୍ୱର ସିଆରପି ଛକରୁ ନୟାପଲ୍ଲୀ ମଧ୍ୟରେ ଥିବା ଇସ୍କନ୍‌ ମନ୍ଦିର ନିକଟରେ ବର୍ଷା ହେଲେ ୩ ଫୁଟ୍‌ ପର୍ଯ୍ୟନ୍ତ ପାଣି ଜମିଯାଉଛି। ଫଳରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ୁଛି। ସେଠାରେ ରହିଥିବା ଯାନବାହନଗୁଡ଼ିକୁ ଏହା କ୍ଷତିଗ୍ରସ୍ତ କରୁଛି। ଜାତୀୟ ରାଜପଥ ନିର୍ମାଣ ହେବା ଦିନଠାରୁ ବିଶେଷ କରି ରାଜପଥର ଉଚ୍ଚ ପକ୍କାବନ୍ଧ କରାଯିବା ଫଳରେ ସେହି ଅଞ୍ଚଳରେ ବର୍ଷାଜଳ ଦୀର୍ଘ ସମୟ ଧରି ଜମି ରହୁଥିବା ଦେଖିବାକୁ ମିଳୁଛି। ପକ୍କାବନ୍ଧ ହେବା ଦ୍ୱାରା ବନ୍ଦ ହୋଇଯାଇଛି ବର୍ଷାଜଳ ନିଷ୍କାସନ ପଥ।

ଏହା ଏକ ଉଦ୍‌ବେଗଜନକ ପ୍ରସଙ୍ଗ ଭାବେ ଦର୍ଶାଇଛନ୍ତିି ମୁଖ୍ୟମନ୍ତ୍ରୀ। ଏ ସଂପର୍କରେ ଜାତୀୟ ରାଜପଥ କର୍ତୃପକ୍ଷ(ଏନ୍‌ଏଚ୍‌ଏଆଇ)ଙ୍କୁ ବାରମ୍ବାର ଅବଗତ କରାଯାଇଥିବା ସେ କହିଛନ୍ତି। ରାଜପଥରେ ଖିଲାଣ(ଭାୟାଡକ୍ଟ) ନିର୍ମାଣ କରି ଜଳ ନିଷ୍କାସନ ପଥ ଉନ୍ମୁକ୍ତ ରଖାଯିବା ପରିବର୍ତେ ପକ୍କାବନ୍ଧ ନିର୍ମାଣ କରାଯିବା ଦ୍ୱାରା ଜଳ ନିଷ୍କାସନ ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ଇସ୍କନ୍‌ ମନ୍ଦିର ନିକଟ ସମତଳ ଭାଗରେ ବର୍ଷାଜଳ ଜମି ରହୁଛି। ଅନୁରୂପ ପରିସ୍ଥିତି ସୃଷ୍ଟି ହେଉଛି ଏହି ୧୬ ନମ୍ବର ଜାତୀୟ ରାଜପଥର ଜୟଦେବ ବିହାର ଛକ, ରସୁଲଗଡ଼/ପଳାଶୁଣୀ ଓ ପାହାଳ ଅଞ୍ଚଳରେ।

୧୬ ନମ୍ବର ଜାତୀୟ ରାଜପଥର ଇସ୍କନ୍‌ ମନ୍ଦିର ଅଞ୍ଚଳରୁ ବାଣୀବିହାର ଅଞ୍ଚଳ ପର୍ଯ୍ୟନ୍ତ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଏବଂ ଏହି ରାଜପଥର ରସୁଲଗଡ଼/ପଳାଶୁଣୀ ଓ ପାହାଳ ଅଞ୍ଚଳ ନିମନ୍ତେ ଅନୁରୂପ ସୁବିଧା ଯୋଗାଇଦେବାକୁ ଏନ୍‌ଏଚ୍‌ଏଆଇଙ୍କୁ ଅନୁରୋଧ କରାଯାଇଛି। କିନ୍ତୁ ଏହାର ସମାଧାନ ପାଇଁ ଏନ୍‌ଏଚ୍‌ଏଆଇ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ପରିସ୍ଥିତି ଆହୁରି ସଙ୍ଗିନ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ସମସ୍ୟାର ଯଥାଶୀଘ୍ର ସମାଧାନ ପାଇଁ ସେ(ଶ୍ରୀ ଗଡ଼କରୀ) ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe