ତିର୍ତ୍ତୋଲରେ ଡିଜିଟାଲ ପ୍ରଚାର କଲେ ନବୀନ, ବିଜେଡି ପ୍ରାର୍ଥୀ ବିଜୟଙ୍କ ପାଇଁ ଭୋଟ ମାଗିଲେ

Advertisment

କରୋନା କମିଲେ ତିର୍ତ୍ତୋଲ ଯିବି: ନବୀନ, ୩୦ ତାରିଖରେ ପୁଣି ତିର୍ତ୍ତୋଲ ଯିବେ ଧର୍ମେନ୍ଦ୍ର

କରୋନା କମିଲେ ତିର୍ତ୍ତୋଲ ଯିବି: ନବୀନ, ୩୦ ତାରିଖରେ ପୁଣି ତିର୍ତ୍ତୋଲ ଯିବେ ଧର୍ମେନ୍ଦ୍ର

ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅନ୍ତିମ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ‘‘ମୁଁ ଜାଣେ ମୋ ପ୍ରତି ଆପଣଙ୍କର ବହୁତ ଭଲ ପାଇବା ଅଛି। ସ୍ନେହ ଓ ଆଦର ଅଛି। ତେଣୁ ଆଜି ମୁଁ ତିର୍ତ୍ତୋଲ ଯାଇଥିଲେ, ଆପଣ ବହୁତ ସଂଖ୍ୟାରେ ଆସିଥାନ୍ତେ। ଏହା ଏହା କୋଭିଡ୍ ପରିସ୍ଥିତିରେ ଉଚିତ୍ ନୁହେଁ। ତେଣୁ ଆପଣମାନଙ୍କ ସୁବିଧା ଓ ସୁରକ୍ଷାକୁ ଆଖି ଆଗରେ ରଖି ମୁଁ ଭିଡ଼ିଓ କନଫରେନ୍ସ ଜରିଆରେ ଆପଣମାନଙ୍କୁ ଭେଟିବାକୁ ସ୍ଥିର କଲି। କରୋନା ଦୂର ହେବା ପରେ ମୁଁ ତିର୍ତ୍ତୋଲକୁ ସ୍ବତନ୍ତ୍ର ଗସ୍ତରେ ଯିବି। ଆପଣମାନଙ୍କୁ ଭେଟିବି ଓ ବିକାଶ କାମ ବୁଲି ଦେଖିବି।’’

ଆଜି ତିର୍ତ୍ତୋଲ ଭୋଟରଙ୍କ ଉଦ୍ଦେଶ୍ୟରେ ଏମିତି କହି ନିର୍ବାଚନ ପ୍ରଚାର କରିଛନ୍ତି ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ ପ୍ରଚାର କରି ନବୀନ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ଜିତାଇବାକୁ ଅନୁରୋଧ କରିଥିଲେ। କହିଥିଲେ, ତିର୍ତ୍ତୋଲର ବିକାଶ ପାଇଁ ସେମାନେ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ।

ମୁଖ୍ୟମନ୍ତ୍ରୀ କହିଥିଲେ, କରୋନା ରୋଗ ପରିଚାଳନାରେ ଓଡ଼ିଶା ସାରା ଦେଶରେ ଏକ ମଡେଲ୍ ରାଜ୍ୟ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ସ୍ବାଗତ ଓ ପ୍ରଶଂସା କରିଛି। ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। ଆଗକୁ ମଧ୍ୟ ସମସ୍ତେ କୋଭିଡ୍ ନିୟମ ମାନିବା ଓ ନିୟମାବଳୀ ପାଳନ କରିବା ଦରକାର।

ମୁଖ୍ୟମନ୍ତ୍ରୀ କହିଥିଲେ, ‘‘ ଗତବର୍ଷ ଆପଣମାନେ ବିଷ୍ଣୁବାବୁଙ୍କୁ ବହୁ ଭୋଟରେ ଜିତାଇଥିଲେ। ଦୁଃଖର କଥା ସେ ଆଜି ଆମ ଭିତରେ ନାହାନ୍ତି। ତିର୍ତ୍ତୋଲର ବିକାଶ କାମ ନେଇ ସେ ବହୁବାର ମୋତେ ଭେଟୁଥିଲେ। ଆପଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେ ମୋତେ ବହୁବାର ଭେଟୁଥିଲେ। ଆପଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅନେକ ପ୍ରସ୍ତାବ ବି ଦେଉଥିଲେ।’’

ନବୀନ କହିଥିଲେ ଯେ ତିର୍ତ୍ତୋଲବାସୀ ବିଜୁ ପରିବାର ସହିତ, ବିଜୁ ଜନତା ଦଳ ସହିତ ରହି ଆସିଛନ୍ତି। ବିଭିନ୍ନ ନିର୍ବାଚନରେ ସରକାରର ବିକାଶ କାମକୁ ଦୃଢ ସମର୍ଥନ ଦେଇ ଆସିଛନ୍ତି।

ନିକଟରେ ତିର୍ତ୍ତୋଲ ଅଞ୍ଚଳରେ ଯୋଗାଯୋଗର ବିକାଶ ପାଇଁ ମହାନଦୀ ଉପରେ ଦୁଇଟି ବଡ଼ ସେତୁ କାମ ଆରମ୍ଭ ହୋଇଥିବା ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟ ଭିତ୍ତିଭୂମି ବିକାଶ ଆମର ଲକ୍ଷ୍ୟ। ତିର୍ତ୍ତୋଲରେ ବନ୍ୟା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉଛି। ମିସନ ଶକ୍ତିର ମା’ ମାନେ ଏଠାରେ ବହୁତ ଭଲ କାମ କରୁଛନ୍ତି। ସେମାନେ ଆଜି ବିକାଶର ନୂଆ ପରିଚୟ। ଆପଣମାନେ ଭଲ କାମ ଜାରି ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉତ୍ସାହିତ କରିବା ସହିତ ସବୁବେଳେ ମୁଁସାଥିରେ ଅଛି ଓ କାମ କରୁଛି ବୋଲି କହିଥିଲେ।

ତିର୍ତ୍ତୋଲର ବିକାଶ କାମକୁ ଆଗେଇ ନେବା ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବା ସହିତ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନବୀନ ନିେବଦନ କରିଥିଲେ ଓ ଭୋଟ କେନ୍ଦ୍ରକୁ ଯିବା ବେଳେ ସାବଧାନତା ଅବଲମ୍ବନ କରିବାକୁ ସତର୍କ କରାଇଥିଲେ।

ଏହି ଅବସରରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ବିଜେଡି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଏଲଇଡି ଲଗାଯିବା ସହିତ ଫେସବୁକ୍‌, ମୋବାଇଲ୍ ଦ୍ବାରା ବିଜେଡି ଲୋକଙ୍କୁ ଯୋଡ଼ିଥିଲା। ନବୀନଙ୍କୁ ଦେଖି ଭୋଟରମାନେ ଉତ୍ସାହିତ ହୋଇପଡ଼ିଥିଲେ।

ଏଠାରେ ପ୍ରକାଶଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଚାର କରିବା ପରେ ବିଜେଡି ରାଜନୀତି ପାଣିପାଗ ବେଶ୍ ସରଗରମ ରହିଛି। ଅନ୍ୟପକ୍ଷରେ ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ୩୦ ତାରିଖ ଦିନ ତିର୍ତ୍ତୋଲ ଗସ୍ତ କରି ସେଠାରେ ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର କରିବେ। ସେପଟେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବର ସଦର ପ୍ରାର୍ଥୀଙ୍କ ଲାଗି ଡିଜିଟାଲ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe