ନିର୍ବାଚନୀ ସଭାରେ ବର୍ଷିଲେ ନବୀନ: କେନ୍ଦ୍ର ଓଡ଼ିଶାକୁ ବହୁ ଅଧିକାରରୁ ବଞ୍ଚିତ କରାଇଛି

Advertisment
ଚତୁର୍ଥ ପର୍ଯ୍ୟାୟ ଲାଗି ପ୍ରଚାର ସରିଲା : ୬ ଲୋକସଭା ଓ ୪୧ ବିଧାନସଭା କ୍ଷେତ୍ରରେ ମତଦାନକୁ ଅପେକ୍ଷା

ଭୁବନେଶ୍ୱର: ଢେଙ୍କାନାଳ ନିର୍ବାଚନୀ ସଭାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେପି ନେତାଙ୍କୁ ଟାର୍ଗେଟ କଲେ ବିଜେଡି ସୁପ୍ରିମୋ। ବିଜେପି ନେତାଙ୍କ ପାଇଁ ଓଡ଼଼ିଶା ହକରୁ ବଂଚିତ ହୋଇଛି। ୫ ମିନିଟର କାମ ୫ ବର୍ଷରେ ହୋଇ ପାରିଲା ନାହିଁ। କୋଇଲା ରୟାଲିଟି ନିୟମ ସଂଶୋଧନ କାହିଁକି ହୋଇନି। କୋଇଲା ରୟାଲିଟିରୁ କେନ୍ଦ୍ର ଅଧିକ ଲାଭବାନ ହେବାସହ ହଜାର ହଜାର କୋଟି ଟଙ୍କା ପାଉଛି। ହେଲେ ସ୍ଥାନୀୟ ଅଂଚଳର ବିକାଶ ପ୍ରତି ଯତ୍ନଶୀଳ କେହି ନୁହଁନ୍ତି। କେବଳ ପ୍ରଦୂଷଣରେ ଘାଟି ହେଉଛନ୍ତି ଲୋକେ ବୋଲି ସେ ଅଭିଯୋଗ କରିଛନ୍ତି।

ଓଡ଼ିଶାର ବିଜେପିର ବଡ଼ ବଡ଼ ନେତାମାନେ କୋଇଲା କାରବାର କରୁଛନ୍ତି କି ? ଏମସିଏଲ, ଏନଟିପିସି ହଜାର ହଜାର କୋଟି ଟଙ୍କା ଆୟ କରୁଛି କିନ୍ତୁ ଲୋକଙ୍କୁ ମିଳୁଛି କିଛି ମିଳୁନି। ନିଜ ଅଂଚଳରେ ବଡ଼ ବଡ଼ ଖଣିଖାଦାନ ଥିଲେ ମଧ୍ୟ ଯୁବକଙ୍କୁ ଚାକିରି ମିଳୁନି। ବିଜେପି ନେତାମାନେ କଂଟ୍ରାକ୍ଟର ବନ୍ଧୁଙ୍କ ପାଇଁ କାମ କରୁଛନ୍ତି କି? ଜାଣିଶୁଣି ଓଡ଼଼ିଶା ଯୁବକଙ୍କୁ ଅଣଦେଖା କରାଯାଉଛି। ଜମି ହରାଇଥିବା ଲୋକଙ୍କୁ ନ୍ୟାୟ ମିଳୁନି। ଏସବୁ ସତ୍ୱେ ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଚୁପ ଅଛନ୍ତି। ବିଜେପି ନେତାଙ୍କୁ ଏହି ସବୁ ପ୍ରଶ୍ନ କରିବା ପାଇଁ ଭୋଟରଙ୍କୁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଅନ୍ୟପଟେ ପୁଣି କାଳିଆ କଥା ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। କିନ୍ତୁ କେନ୍ଦ୍ରର ବିଜେପି ସରକାର କାଳିଆ ଯୋଜନାକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର ଚଳାଇଛନ୍ତି। ହେଲେ ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ବିଜୁ ଜନତା ଦଳ ସରକାର ଗଠନ କରିବାର ପ୍ରଥମ ଦିନରେ କାଳିଆ ଯୋଜନାର ୨ କିସ୍ତି ଟଙ୍କା ମିଳିବ। ବିଜୁ ଜନତା ଦଳ ମହିଳାମାନଙ୍କୁ ହକ୍‌ ଦେଇଛି। କେନ୍ଦ୍ରର ଯୋଜନା ତୁଳନାରେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନେ ଦୁଇଗୁଣ ଟଙ୍କା ପାଉଛନ୍ତି। ମହିଳାମାନେ ହିଁ ବିକାଶର ପ୍ରକୃତ ଡବଲ ଇଞ୍ଜିନ୍‌। ଚାଷୀ, ମହିଳା, ଯୁବକ, ଶ୍ରମିକ, ସାଧାରଣ ଲୋକ ସମସ୍ତେ ବିଜେଡ଼ି ସାଥିରେ ଅଛନ୍ତି। ବିଜେପି ନେତାଙ୍କୁ ଉଚିତ ଜବାବ ଦେବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଭୋଟରଙ୍କୁ ଆହ୍ଵାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe