dna india
ଭୁବନେଶ୍ବର: ଓଡିଶାରେ କଂଗ୍ରେସକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଲେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ଓଡିଶାରେ କଂଗ୍ରେସ ଦଳ ନବୀନ ବାବୁଙ୍କ ପକେଟରେ ଅଛି। ମୁଁ ୧୪୭ ବିଧାନସଭା ଆସନ ଓ ୨୧ ଲୋକସଭା ଆସନର ତାଲିକା କହିଦେବି କିଏ କେଉଁଠି କଂଗ୍ରେସ ପ୍ରାର୍ଥୀ ହେବ ତାହା ନବୀନ ବାବୁ ସ୍ଥିର କରିଛନ୍ତି। ଓଡିଶାରେ କଂଗ୍ରେସର ସବୁ ଟିକେଟ୍ ନବୀନ ବାବୁ ହିଁ ବାଣ୍ଟିଛନ୍ତି ବୋଲି ଏଏନଆଇକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଧର୍ମେନ୍ଦ୍ର।
ତେବେ କଂଗ୍ରେସ ଟିକେଟ୍ ନବୀନ ଯାହାକୁ ଚାହିଁଲେ ତାକୁ ଦିଆଯାଇଛି। ବିଜେଡିର କଥା ଅନୁସାରେ କଂଗ୍ରେସ ଅନେକ ଥର ବିଧାନସଭା ଓ ଲୋକସଭା ଟିକେଟ୍ ଟିକେଟ୍ ବଦଳାଇଛି। ଏକଥା ମୁଁ କହୁନି, କଂଗ୍ରେସର ବଡ ନେତାମାନେ ଏକଥା କହୁଛନ୍ତି। ତେଣୁ ଓଡିଶାରେ କଂଗ୍ରେସ କୌଣସି ଫ୍ୟାକ୍ଟର ନୁହେଁ କି ଓଡିଶା ରାଜନୀତିରେ ଗୋଟେ ଖେଳାଳୀ ନୁହେଁ ବୋଲି ସିଧା କହିଛନ୍ତି ଧର୍ମେନ୍ଦ୍ର।
Follow Us