୨୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ!, ୨୬ରେ ବିଜେଡି ବିଧାୟକ ଦଳର ବୈଠକ

Advertisment
୨୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ!, ୨୬ରେ ବିଜେଡି ବିଧାୟକ ଦଳର ବୈଠକ

ଭୁବନେଶ୍ୱର: ଆଗାମୀ ୨୯ ତାରିଖରେ ନବୀନ ପଟ୍ଟନାୟକ ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନବୀନ ମେ’ ମାସ ୨୯ ତାରିଖରେ ପୁଣି ଥରେ ରାଜ୍ୟର ଶାସନ ଭାର ଗ୍ରହଣ କରିବେ। ଏଥି ପାଇଁ ରାଜଭବନ ପରିସରରେ ପୂର୍ବାହ୍ନରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ସୂତ୍ର ଅନୁସାରେ ନବୀନଙ୍କ ଶପଥ ଗ୍ରହଣ ଉତ୍ସବ ନିରାଡମ୍ବର ହେବ।

ନବୀନଙ୍କ ଶପଥ ଗ୍ରହଣ ପୂର୍ବରୁ ୨୬ ତାରିଖରେ ବିଜେଡି ବିଧାୟକ ଦଳର ବୈଠକ ବସିବ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ସୂଚନା ଦେଇଛନ୍ତି।। ନବୀନଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯିବ ବୋଲି ସୂତ୍ରରୁ ଜଣାପଡ଼ିଛି। ସୂଚନାଯୋଗ୍ୟ ଚଳିତ ବିଧାନସଭା ନିର୍ବାଚନରେ ବିଜେଡି ୧୧୨ଟି ଆସନରେ ବିଜୟୀ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe