ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ମନରେଗା ଶ୍ରମିକଙ୍କୁ ମଜୁରୀ ସମ୍ପର୍କରେ ଏହି ଦାବି କଲେ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ମନରେଗା ଶ୍ରମିକଙ୍କୁ ମଜୁରୀ ସମ୍ପର୍କରେ ଏହି ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି | ମନରେଗା(ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା) ପ୍ରସଙ୍ଗରେ ନବୀନ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି | ନବୀନ ଚିଠିରେ ଲେଖିଛନ୍ତି ଯେ ଶ୍ରମିକଙ୍କୁ ଉଚିତ ସମୟରେ ପ୍ରାପ୍ୟ ଦେବାକୁ ରାଜ୍ୟ  ସରକାର ଚାହୁଛନ୍ତି ଏବଂ ରାଜ୍ୟ ପାଣ୍ଠି (ଷ୍ଟେଟସ୍ ରିଭଲଭିଂ ଫଣ୍ଡ୍)ରୁ ଏହା ପ୍ରଦାନ କରାଯିବାକୁ ବ୍ୟବସ୍ଥା ରଖିବାକୁ ଚାହୁଛନ୍ତି।

publive-image

କେନ୍ଦ୍ର ଅନୁଦାନ ବିଳମ୍ବ ହେଲେ ରାଜ୍ୟ ଉକ୍ତ ପାଣ୍ଠିରୁ ଶ୍ରମିକଙ୍କୁ ମଜୁରୀ ଦିଆଯାଏ | ଆଉ ରାଜ୍ୟ ପାଣ୍ଠିକୁ ଅର୍ଥ ଯୋଗାଣ ଲାଗି ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି | ଯାହାଦ୍ୱାରା ମନରେଗା ଜବକାର୍ଡଧାରୀଙ୍କୁ ଠିକ ସମୟରେ ମଜୁରୀ ମିଳିପାରିବ | ନରେଗା ସଫ୍ଟରେ ଉକ୍ତ ବ୍ୟବସ୍ଥା ରଖିବାକୁ ରାଜ୍ୟ ଆଗରୁ କେନ୍ଦ୍ରକୁ କହିଛି | ତେଣୁ ପ୍ରଧାନମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ନବୀନ ଚିଠିରେ ନିବେଦନ କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe