ଲୋକଙ୍କ ସହିତ ମିଶନ୍ତୁ, ସେମାନଙ୍କର ସମସ୍ୟା ମୋତେ ଜଣାନ୍ତୁ : ନବୀନ

Advertisment

ତିର୍ତ୍ତୋଲବାସୀ ବିଜୟ ଶଙ୍କରଙ୍କୁ ବିପୁଳ ଭୋଟ ଦେଇ ଆଶୀର୍ବାଦ କରିଛନ୍ତି

ତିର୍ତ୍ତୋଲବାସୀ ବିଜୟ ଶଙ୍କରଙ୍କୁ ବିପୁଳ ଭୋଟ ଦେଇ ଆଶୀର୍ବାଦ କରିଛନ୍ତି

ଲୋକଙ୍କ ସହିତ ମିଶନ୍ତୁ, ସେମାନଙ୍କର ସମସ୍ୟା ମୋତେ ଜଣାନ୍ତୁ : ନବୀନ

ଭୁବନେଶ୍ୱର: ତିର୍ତ୍ତୋଲରେ ବିପୁଳ ବିଜୟ ପରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ନିର୍ବାଚନ ମଣ୍ଡଳୀର ଅଧିବାସୀଙ୍କୁ ସମ୍ବୋଧନ କରିଛନ୍ତି।  ଗୁରୁବାର ସଂଧ୍ୟାରେ ଭର୍ଚ୍ଚୁଆଲ୍ ମିଟିଂ ଜରିଆରେ ଅଞ୍ଚଳବାସୀଙ୍କୁ ସମ୍ବୋଧନ କରି ବିଜେଡି ସୁପ୍ରିମୋ କହିଛନ୍ତି, ତିର୍ତ୍ତୋଲବାସୀ ବିଜୟ ଶଙ୍କରଙ୍କୁ ବିପୁଳ ଭୋଟ ଦେଇ ଆଶୀର୍ବାଦ କରିଛନ୍ତି। ତିର୍ତ୍ତୋଲରବାସୀଙ୍କୁ ମୋର ଅଭିନନ୍ଦନ। ଏଥିସହ ନବନିର୍ବାଚିତ ପ୍ରତିନିଧି ବିଜୟ ଶଙ୍କରଙ୍କୁ ବି ମୋର ଅଭିନନ୍ଦନ। ଆମେ କଥା ନୁହେଁ, କାମ ପ୍ରତି ବିଶ୍ୱାସ କରୁ। ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବୁ। ବିଜୟ ଶଙ୍କର ତିର୍ତ୍ତୋଲର ଲୋକଙ୍କ ସହିତ ମିଶନ୍ତୁ, ସେମାନଙ୍କର ସମସ୍ୟା ବାବଦରେ ମୋତେ ଆସି କୁହନ୍ତୁ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ପ୍ରକାଶ କରିଛନ୍ତି।

publive-image

ଭିଡିଓ କନଫରେନସିଂ ଜରିଆରେ ତିର୍ତ୍ତୋଲବାସୀଙ୍କୁ ସମ୍ବୋଧନ କରିବା ଅବସରରେ ନବୀନ କହିଛନ୍ତି, ତିର୍ତ୍ତୋଲର ଜନସାଧରଣ ବିପୁଳ ଭୋଟ ଦେଇ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିଛନ୍ତି। ସେଥିପାଇଁ ସେମାନଙ୍କ ଠାରେ ମୁଁ ୠଣୀ। ଦଳୀୟ କର୍ମୀ ତଥା ଭାଇଭଉଣୀ ବହୁ ପରିଶ୍ରମ କରିଛନ୍ତି ।  କର୍ମୀମାନେ କୋଭିଡ ସମୟରେ ନିୟମ ମାନି ଦଳର ବିଜୟ ପାଇଁ କାମ କରିଛନ୍ତି, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। କୋଭିଡ ସମୟରେ ନେତାମାନେ ଦକ୍ଷତାର ସହିତ ପ୍ରଚାର କରିଛନ୍ତିା ତେଣୁ ଦଳ ୨୦୧୯ ନିର୍ବାଚନଠାରୁ ଅଧିକ ମାର୍ଜିନରେ ବିଜୟୀ ହୋଇଛିା କୋଭିଡ ସମୟରେ ବିଶେଷ କରି ମା’ମାନେ ଆସି ଆମ୍ଭମାନଙ୍କୁ ଆଶୀର୍ବାଦ କରିଛନ୍ତି।

ଏହି ଅବସରରେ ନବନିର୍ବାଚିତ ବିଧାୟକ ବିଜୟ ଶଙ୍କର କହିଥିଲେ, ମୁଖ୍ୟମନ୍ତ୍ରୀ ଓ ତିର୍ତ୍ତୋଲବାସୀଙ୍କ ଆଶୀର୍ବାଦରୁ ଉପନିର୍ବାଚନରେ ବିଜୟୀ ହୋଇଛିା ନିରନ୍ତର ସେବା ଜାରି ରଖିବି। ବିଗତ ଦିନରେ ବାପା ବିଷ୍ଣୁ ଦାସ ଓ ପ୍ରିୟ ନେତା ନବୀନ ପଟ୍ଟନାୟକ ତିର୍ତ୍ତୋଲ ଅଂଚଳ ପାଇଁ ଅନେକ ଭଲ କାମ କରିଛନ୍ତି, ମୁଁ ତାହା ବଜାୟ ରଖିବି । ଏହି ଭର୍ଚ୍ଚୁଆଲ୍ ସଭାର ପ୍ରାରମ୍ଭରେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ସ୍ବାଗତ ବକ୍ତବ୍ୟ ରଖିବା ସହ ଶେଷରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe