ରାଜ୍ୟକୁ ୯୫% ଟିକା ଦାବି ଦୋହରାଇଲେ ନବୀନ

Advertisment

ପ୍ରଧାନମନ୍ତ୍ରୀଙ୍କ ସହ ୬ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ପ୍ରଧାନମନ୍ତ୍ରୀଙ୍କ ସହ ୬ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ରାଜ୍ୟକୁ ୯୫% ଟିକା ଦାବି ଦୋହରାଇଲେ ନବୀନ

Image Courtesy of India Today

ଭୁବନେଶ୍ବର : ରାଜ୍ୟ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଣ୍ଟିତ ଟିକାର ୯୫ ପ୍ରତିଶତ ରାଜ୍ୟ ସରକାରଙ୍କୁ ଦେବା ପାଇଁ ଦାବି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ କରିଥିବା ସମୀକ୍ଷା ବୈଠକରେ ଶ୍ରୀ ପଟ୍ଟନାୟକ ଏହି ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ ଓଡ଼ିଶା କମ୍ ସଂଖ୍ୟାରେ ଘରୋଇ ହସ୍ପିଟାଲ ଥିବାରୁ ସେମାନଙ୍କ ପାଇଁ ଆବଣ୍ଟିତ ୨୫ ପ୍ରତିଶତ ଟିକାରୁ କମ୍ ଉଠାଣ ହେଉଛି। ଏ ସମ୍ପର୍କରେ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। କରୋନା ଟିକାକରଣରେ ରାଜ୍ୟ ବେଶ୍‌ ଭଲ ପ୍ରଦର୍ଶନ କରୁଛି। ରାଜ୍ୟରେ ଟିକାର ଅପଚୟ ମଧ୍ୟ ଦେଶରେ ସବୁଠାରୁ କମ୍। ତେଣୁ କେନ୍ଦ୍ର ସରକାର ୭୫:୨୫ ଆବଣ୍ଟିତ ଅନୁପାତ ବଦଳରେ ରାଜ୍ୟ ସରକାରଙ୍କ
ଭାଗକୁ ୯୫ ପ୍ରତିଶତକୁ ବୃଦ୍ଧି କରିବା ସହିତ ଘରୋଇ ହସ୍ପିଟାଲ ପାଇଁ ୫ ପ୍ରତିଶତ ଆବଣ୍ଟନ କରନ୍ତୁ। ଏହା ରାଜ୍ୟରେ ଟିକାକରଣ ଗତି ବଢ଼ାଇବାରେ ସାହାଯ୍ୟ କରିବ।

ବୈଠକରେ ଶ୍ରୀ ପଟ୍ଟନାୟକ ଶିଶୁମାନଙ୍କ ଟିକାକରଣ ଉପରେ ଗୁରୁତ୍ବାରୋପ କରିଥିଲେ। ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ସଂଖ୍ୟାରେ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି। ତେଣୁ ୧୨ରୁ ୧୮ ବର୍ଷର ଶିଶୁମାନଙ୍କ ନିମନ୍ତେ ଯଥାଶୀଘ୍ର ଟିକାକରଣ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ ଯେ ଜୁନ୍ ୨୧ ତାରିଖରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଟିକା ନୀତି ଲାଗୁ ହୋଇଛି। ଏଥିରେ କେନ୍ଦ୍ର ସରକାର ଟିକା ଉତ୍ପାଦନକାରୀ ସଂସ୍ଥାଠାରୁ ୭୫ ଭାଗ ଟିକା କିଣିବା ସହିତ ରାଜ୍ୟମାନଙ୍କୁ ବଣ୍ଟନ କରୁଛନ୍ତି। ବଳକା ୨୫ ଭାଗ ଟିକା ରାଜ୍ୟଗୁଡ଼ିକରେ ଥିବା ଘରୋଇ ହସ୍ପିଟାଲମାନେ କିଣିପାରିବେ। ତେବେ ରାଜ୍ୟରେ ସମୁଦାୟ ସ୍ବାସ୍ଥ୍ୟ ବ୍ୟବସ୍ଥାର ୫-୬ ପ୍ରତିଶତ ଘରୋଇ ହସ୍ପିଟାଲ ହୋଇଥିବାରୁ ଘରୋଇ ହସ୍ପିଟାଲ ପାଇଁ ଆବଣ୍ଟିତ ଟିକାର ୨୫ ଭାଗ ବ୍ୟବସ୍ଥା ଯୋଗୁ ଓଡ଼ିଶା କମ୍ ଟିକା ପାଇବାର ଆଶଙ୍କା ଦେଖା ଦେଇଛି। ତେଣୁ ଏଥିରେ ପରିବର୍ତନ କରି ୭୫:୨୫ ବଦଳରେ ୯୫:୫ ଅନୁପାତ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ଏକାଧିକ ଥର ଚିଠି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe