ପୁରୀକୁ ବିଶ୍ଵ ଐତିହ୍ୟ ସହରରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ? ପୁରୀ ନବକଳେବରର ପରିକଳ୍ପିତ ଭିଡିଓ ସେୟାର କଲେ ନବୀନ

ପୁରୀକୁ ବିଶ୍ଵ ଐତିହ୍ୟ ସହରରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ? ପୁରୀ ନବକଳେବରର ପରିକଳ୍ପିତ ଭିଡିଓ ସେୟାର କଲେ ନବୀନ

ଭୁବନେଶ୍ବର:  ପୁରୀ- ଓଡ଼ିଶାର ଆତ୍ମା । ଏପରି ଶୀର୍ଷକରେ ପ୍ରସ୍ତୁତ ଏକ କ୍ଷୁଦ୍ର ଭିଡିଓ ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି। ଏହି ଭିଡିଓରେ ଭିତ୍ତିଭୂମି ବିକାଶ କରାଯାଇ ଶ୍ରୀଜଗନ୍ନାଥ କ୍ଷେତ୍ର ପୁରୀକୁ କିଭଳି ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ ତାହାର ଚିତ୍ର ପ୍ରଦର୍ଶିତ କରାଯାଇଛି। ଏହି ଭିଡଓ ସହ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି- ‘ଆସନ୍ତୁ, ପୁରୀକୁ ବିଶ୍ଵ ଐତିହ୍ୟ ସହରରେ ପରିଣତ କରିବା ପାଇଁ ଏକ ହୋଇ ଆଗକୁ ବଢିବା।’ ଶ୍ରୀକ୍ଷେତ୍ରକୁ ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କରିବା ପାଇଁ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଉଲ୍ଲେଖ ରହିଛି । ପ୍ରାକୃତିକ ଶୋଭାରାଜୀ ସାଙ୍ଗକୁ ସୁଦୃଶ୍ୟ ଆଲୋକମାଳା, ଉଚ୍ଚକୋଟିର ପାଠଗାର, ଯାତ୍ରୀ ବିଶ୍ରାମସ୍ଥଳୀ, ଖୋଲା ଥିଏଟର ନିର୍ମାଣ ହେବାର ବ୍ୟବସ୍ଥା ରହିଛି ।

ପୁରୀକୁ ବିଶ୍ଵ ଐତିହ୍ୟସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଉ ପୁରୀ ସହରର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ଶହ ଶହ କୋଟି ଟଙ୍କାର ପ୍ୟାକେଜ୍ ମଧ୍ୟ ଘୋଷଣା କରିଛନ୍ତି। ତେବେ ଏହି ଟଙ୍କାରେ କିଭଳି ଭିତ୍ତିଭୂମିର ବିକାଶ ହେବ ଏବଂ ପୁରୀର ନବକଳେବର ହେଲେ କେମିତି ଦିଶିବ ଏବଂ କଣ ରହିଛି ରାଜ୍ୟ ସରକାରଙ୍କ ପରିକଳ୍ପନା ତାର ଏକ ଦୃଶ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଧିକାରିକ  ଟୁଇଟର ପେଜରେ ପୋଷ୍ଟ ହୋଇଛି।


ମାଳତୀ ପାଟପୁରରୁ ଜଗନ୍ନାଥ ବଲ୍ଳଭ ମଠକୁ ସଂଯୋଗ କରିବା ପାଇଁ ଟ୍ରମ୍ପେଟ୍ ସେତୁ ବା ଶ୍ରୀସେତୁ ନିର୍ମାଣ ହେବ। ସେତୁର ବ୍ଲୁ ପ୍ରିଣ୍ଟ ସମ୍ନାକୁ ଆସିଛି। ସେହିଭଳି ଜଗନ୍ନାଥ ବଲ୍ଲଭ ମଠକୁ ବିଶ୍ୱସ୍ତରୀୟ କରିବା ପାଇଁ ଏହି ମଠରେ ବହୁତଳ ପାର୍କିଂ ସୁବିଧା କରାଯିବ । ଏହି ମଠରେ ୧୦ ହଜାର ଲୋକଙ୍କ ପାଇଁ ମେଡିଟେସନ୍ ସେଣ୍ଟର ଏବଂ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯିବ। ଏହି ମଠରୁ ପର୍ଯ୍ୟଟକମାନେ ମନ୍ଦିରର ସୁନ୍ଦର ଦୃଶ୍ୟକୁ ଉପଭୋଗ କରିପାରିବେ। ରଘୁନନ୍ଦନ ପାଠାଗାରକୁ ବିଶ୍ୱସ୍ତରୀୟ କରିବା ପାଇଁ ଏମାର ମଠ ଜମିର କିଛି ଅଂଶରେ ହିଁ ପାଠାଗାର ନିର୍ମାଣ କରାଯିବ। ପାଠାଗାର ୩ ମହଲା ବିଶିଷ୍ଟ ହେବ। ଏଠାରେ ଥିବା ପୁସ୍ତକ, ପୋଥି ଏବଂ ନଥିପତ୍ରକୁ ସଂରକ୍ଷଣ କରାଯିବ। ଲାଇବ୍ରେରିର ସମସ୍ତ ପୁସ୍ତକକୁ ମଧ୍ୟ ଡିଜିଟାଇଜେସନ୍ କରାଯିବ। ଏହାଛଡ଼ା ମୂଷା ନଦୀକୁ ମଙ୍ଗଳା ନଦୀ ସହ ସଂଯୋଗ କରାଯିବ। ମୂଷା ନଦୀ କୂଳରେ ପର୍ଯ୍ୟଟନର ବିକାଶ କରାଯିବ ଏବଂ ଅଠରନଳାର ସୌନ୍ଦର୍ଯ୍ୟକରଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe