ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ନବୀନ: ସଂକୀର୍ଣ୍ଣ ମନୋଭାବ ଓ ଅପରିପକ୍ୱ ରାଜନୀତି

ଚଳିତ ବର୍ଷ ଠାରୁ ବିଜୁ ବାବୁଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ ନକରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାରୁ ଏହା ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବି‌ଜେଡି ସଭାପତି ନବୀନ ପଟ୍ଟନାୟକ।

gjggbnhj

ଭୁବନେଶ୍ବର: ଚଳିତ ବର୍ଷ ଠାରୁ ବିଜୁ ବାବୁଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ ନକରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାରୁ ଏହା ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବି‌ଜେଡି ସଭାପତି ନବୀନ ପଟ୍ଟନାୟକ। ଆଜି ଶଙ୍ଖ ଭବନରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ଅବସରରେ ଶ୍ରୀ ପଟ୍ଟନାୟକ କହିଲେ, ବିଜେପି କ୍ଷମତାକୁ ଆସିବା ପରେ ବିଜୁ କ୍ରୀଡ଼ା ପୁରସ୍କାର ନାମ ବଦଳାଇବାକୁ ଚେଷ୍ଟା କରିଥିଲା। ହେଲେ ପ୍ରବଳ ଜନ ପ୍ରତିକ୍ରିୟା ପରେ ଏଥିରୁ ଓହରିଥିଲେ। ଏବେ ସାରା ରାଜ୍ୟରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି  ଭଙ୍ଗା ଯାଉଛି। କିନ୍ତୁ ଅପରାଧୀଙ୍କୁ ଧରିବା ପାଇଁ ସରକାର ଆନ୍ତରିକତା  ଦେଖାଉନାହାନ୍ତି।

ସେହିପରି ଗତ ୩୦ବର୍ଷ ହେଲା ୧୯୯୩ ମସିହାରୁ ଓଡ଼ିଶାବାସୀ ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ କରିଆସିୁଥିଲେ। କିନ୍ତୁ ଚଳିତବର୍ଷ ଏହାକୁ ଅନ୍ୟ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।  ଏହା ପଛରେ ରହସ୍ୟ କ’ଣ? ଏହା କ’ଣ ବିଜୁ ବାବୁଙ୍କ ଲିଗାସିକୁ ଲିଭାଇବାକୁ ଏକ ଉଦ୍ୟମ କି? ଆପଣ  କ’ଣ ପାରାଦୀପ ବନ୍ଦର, ଏନ୍‌ଟିପିସିଏଲ୍‌, ଏଚ୍‌ଏଏଲ୍‌, ଓୟୁଏଟି, ଏନ୍‌ଆଇଟି ରାଉରକେଲାକୁ ବନ୍ଦ କରିପାରିବେ? ପଞ୍ଚାୟତିରାଜ ଅନୁଷ୍ଠାନରେ ମହିଳାଙ୍କ ପାଇଁ ବିଜୁ ବାବୁ ଆରମ୍ଭ କରିଥିବା ସଂରକ୍ଷଣ ବ୍ୟବସ୍ଥାକୁ ଆପଣ କ’ଣ ଉଚ୍ଛେଦ କରିପାରିବେ? ସ୍ୱାଧୀନତା ସଂଗ୍ରାମରେ ବିଜୁ ବାବୁଙ୍କ ଅବଦାନକୁ ଆପଣ କ’ଣ ଲିଭାଇ ପାରିବେ? ଏବେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନାମ ପରିବର୍ତ୍ତନ ପାଇଁ ସରକାର ଉଦ୍ୟମ କରୁଛନ୍ତି। କେତେ ଯୋଜନାରୁ ସରକାର ବିଜୁ ବାବୁଙ୍କ ନାମ ହଟାଇ ପାରିବେ? ଏହା ସରକାରଙ୍କ ସଂକୀର୍ଣ୍ଣ ମନୋଭାବ ଓ ଅପରିପକ୍ୱ ରାଜନୀତିର ପରିଚୟ ଦେଉଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଶଙ୍ଖ ଭବନରେ ବିଜୁ ଜୟନ୍ତୀ ପାଳିତ
ସରକାର ଯିବ ଆସିବ; କିନ୍ତୁ ବିଜୁ ବାବୁ ଓଡ଼ିଆଙ୍କ ହୃଦୟରେ ରହିଥିବେ

ବିଜେଡି ସଭାପତି କହିଲେ, ବିଜୁ ବାବୁ। ଏ ଦୁଇଟି ଶବ୍ଦ ଶୁଣିଲେ ପ୍ରତି ଓଡ଼ିଆଙ୍କ ଛାତି ଗର୍ବରେ ଫୁଲି ଉଠେ। ମନରେ ସାହାସ ଆସେ। ବିଜୁ ବାବୁ ଥିଲେ ସାଢ଼େ ୪କୋଟି ଓଡ଼ିଆଙ୍କ ବିଶ୍ୱାସର ସ୍ତମ୍ଭ। ସରକାର ଆସିବ, ଯିବ। କିନ୍ତୁ ବିଜୁ ବାବୁ  ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟରେ ରହିଛନ୍ତି ଓ ରହିଥିବେ। ତାଙ୍କ କାମ ପାଇଁ ଓଡ଼ିଆ ଜାତି ସବୁବେଳେ ଗର୍ବ କରୁଛି ଓ କରୁଥିବ ଏବଂ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ଯୋଗାଉଥିବ। ଶ୍ରୀ ପଟ୍ଟନାୟକ କହିଥିଲେ, ବିଜେପି ସରକାର ଯୋଜନା ଓ ପୁରସ୍କାରର ନାମ, ରଙ୍ଗ ପରିବର୍ତ୍ତନ କରିପାରନ୍ତି, ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରିପାରନ୍ତି। ଉତ୍ସବ ତାରିଖ ବଦଳାଇ ପାରନ୍ତି। କିନ୍ତୁ ବିଜୁ ବାବୁଙ୍କ ପ୍ରତି ଥିବା ଲୋକଙ୍କ ଶ୍ରଦ୍ଧା ଓ ଭଲ ପାଇବାକୁ ନେଇଯାଇ ପାରିବେ ନାହିଁ। ଏସବୁ ଘଟଣା ବିଜୁ ବାବୁଙ୍କ ପ୍ରତି ଲୋକଙ୍କ ଶ୍ରଦ୍ଧା ଓ ଭଲ ପାଇବାକୁ ଅଧିକ ନିବିଡ଼ କରିଛି। ଏହି ଅବସରରେ ପୁରୀ ସ୍ୱର୍ଗଦ୍ୱାରରୁ ବିଜୁ ବାବୁଙ୍କ ସମାଧି ହଟାଯିବା ବିଷୟ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଥିଲେ ସ୍ୱର୍ଗଦ୍ୱାରର ପୁନଃବିନ୍ୟାସ ପାଇଁ ବିଜୁ ବାବୁଙ୍କ ସମାଧି ହଟାଇବା ପାଇଁ ସେ ନିଷ୍ପତ୍ତି ନେଇଥିଲେ। କାରଣ ଇଟା, ସିମେଣ୍ଟ ଓ କଂକ୍ରିଟ ଆବରଣ ଭିତରେ ନୁହେଁ, ବିଜୁ ବାବୁଙ୍କ ସ୍ଥାନ ଓଡ଼ିଶାବାସୀଙ୍କ ହୃଦୟରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe