Oneindia Tamil
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୮ତାରିଖରେ ବିଦେଶ ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀ ଦୁବାଇ ଓ ଇଟାଲିର ରୋମ୍ ସହରକୁ ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ଉପସାଗରୀୟ ଏବଂ ୟୁରୋପୀୟ ଦେଶରେ ହେବାକୁ ଥିବା ଶିଳ୍ପୋଦ୍ୟୋଗୀ ଓ ପୁଞ୍ଜିପତିଙ୍କ ବୈଠକରେ ଯୋଗଦେବେ ବୋଲି ଜଣାପଡ଼ିଛି। ହେଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ସୂଚନା ଦିଆଯାଇନି। ମୁଖ୍ୟମନ୍ତ୍ରୀ କେତେଦିନିଆ ବିଦେଶ ଗସ୍ତରେ ଯିବେ, ତାଙ୍କ ସହ କେଉଁ ବିଭାଗର ମନ୍ତ୍ରୀ, ସଚିବ, କେଉଁ ବରିଷ୍ଠ ଅଧିକାରୀ ଯିବେ ସେନେଇ ମଧ୍ୟ କିଛି ସ୍ପଷ୍ଟ ଜଣାପଡ଼ିନି।
ରାଜନୀତିକୁ ଆସିବା ପରେ ୨୫ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କର ଏହା ଦ୍ବିତୀୟ ବିଦେଶ ଗସ୍ତ। ୨୦୧୨ ମେ’ ମାସରେ ମୁଖ୍ୟମନ୍ତ୍ରୀ ଲଣ୍ଡନ ଯାଇଥିଲେ। ମେ’ ୨୯ ତାରିଖରେ ପ୍ୟାରୀମୋହନ ମହାପାତ୍ରଙ୍କ ତଥାକଥିତ ମିଡ୍ନାଇଟ୍ ଅପରେସନ୍ ପରେ ଗସ୍ତ କାଣ୍ଟ୍ଛାଣ୍ଟ୍ କରି ସେ ଓଡ଼ିଶା ଫେରି ଆସିଥିଲେ। ପୁଣି ୧୦ ବର୍ଷ ପରେ ନବୀନ ବିଦେଶ ଗସ୍ତ ଯିବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି।
Follow Us