ମୋହନଙ୍କୁ ଚିଠି ଲେଖିଲେ ନବୀନ: ଚାଷୀଙ୍କୁ ଯଥେଷ୍ଟ କ୍ଷତିପୂରଣ ମିଳୁ

Advertisment

ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଫସଲ ଅନୁଧ୍ୟାନ କଲା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଚାଷୀଙ୍କ ଆସ୍ଥା ଫେରାଇ ଆଣିବା ସହ ସେମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା...

ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଫସଲ ଅନୁଧ୍ୟାନ କଲା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଚାଷୀଙ୍କ ଆସ୍ଥା ଫେରାଇ ଆଣିବା ସହ ସେମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: କଣ୍ଟାବାଞ୍ଜିରେ ହାରିଲେ, ହିଞ୍ଜିଳିରେ ଜିତିଲେ

ଭୁବନେଶ୍ବର: ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଫସଲ ଅନୁଧ୍ୟାନ କଲା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଚାଷୀଙ୍କ ଆସ୍ଥା ଫେରାଇ ଆଣିବା ସହ ସେମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯଥେଷ୍ଟ କ୍ଷତିପୂରଣ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ରରେ ଦର୍ଶାଇଛନ୍ତି, କ୍ଷତିଗ୍ରସ୍ତ ଚାଷୀ ଓ ତାଙ୍କ ପରିବାର ଦୁଃସ୍ଥିତି ମଧ୍ୟରେ ଅଛନ୍ତି। ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁ ଧାନ ଓ ଅଣଧାନ ଫସଲ ବ୍ୟାପକ ପରିମାଣରେ ନଷ୍ଟ ହୋଇଛି। ବିଭିନ୍ନ ଜିଲ୍ଲା ଗସ୍ତ ବେଳେ ତାଙ୍କୁ ଚାଷୀମାନେ ସେମାନଙ୍କ ଦୁଃଖ ଜଣାଇଥିଲେ। ରାଜ୍ୟରେ ନିକଟ ଅତୀତରେ ଏପରି ଘଟଣା ଘଟି ନଥିଲା। ଚାଷୀନେ ବର୍ଷା ସମ୍ପର୍କରେ ଠିକ୍ ଭାବେ ଆଗୁଆ ସୂଚନା ପାଇ ନଥିଲେ। କାରଣ ସରକାର ଏ ନେଇ କୌଣସି ମାର୍ଗଦର୍ଶିକା ଜାରି କରି ନଥିଲେ। ଅନେକ ସ୍ଥାନରେ ଏ ଯାଏ ଫସଲ କ୍ଷୟକ୍ଷତିର ଯାଞ୍ଚ୍ କରାଯାଇନି।

ଏହି ବିପର୍ଯ୍ୟୟର ଆଉ ଏକ ଦୁର୍ଭାଗ୍ୟଜନକ ଦିଗ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି। ବାଲିକୁଦାରେ ଆତ୍ମହତ୍ୟା କରିଥିବା ଚାଷୀ କୃତିବାସ ସ୍ବାଇଁଙ୍କ ଘରକୁ ନିଜେ ଯାଇଥିଲି। ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ। ଓଡ଼ିଶାର ଚାଷୀ ଓ ସେମାନଙ୍କ ପରିବାର ଏକ ବଡ଼ ବିପର୍ଯ୍ୟୟର ସାମ୍ନା କରିଛନ୍ତି। ସେମାନଙ୍କ ବିଶ୍ବାସ ଦୋହଲିଯାଇଛି। ତେଣୁ ସେମାନଙ୍କ ମନରେ ବିଶ୍ବାସ ଫେରାଇ ଆଣିବା ପାଇଁ ସରକାର କଠିନ ପରିଶ୍ରମ କରିବା ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ କରନ୍ତୁ। ଭବିଷ୍ୟତରେ ଏପରି ସ୍ଥିତିରେ ଠିକ୍ ସମୟରେ ଚାଷୀମାନଙ୍କୁ ମାର୍ଗଦର୍ଶିକା ଜାରି କରିବାକୁ ପଦକ୍ଷେପ ନିଆଯାଉ। ବିରୋଧୀ ଦଳ ନେତା ଆହୁରି ଲେଖିଛନ୍ତି, ଓଡ଼ିଶାର ଭୌଗଳିକ ସ୍ଥିତି ପାଇଁ ରାଜ୍ୟକୁ ନିୟମିତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ୁଛି। ପ୍ରତି ବର୍ଷ ଲୋକ କ୍ଷତି ସହୁଛନ୍ତି। ଏହା ଆମ ରାଜ୍ୟର ସମ୍ବଳ ଉପରେ ଭୀଷଣ ପ୍ରଭାବ ପକାଉଛି। ଏଥି ପାଇଁ ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ମାନ୍ୟତା ଦେବାକୁ ବିଜେଡି ବାରମ୍ବାର ଦାବି କରିଆସୁଛି। ଯଦି ଓଡ଼ିଶା ସ୍ବତନ୍ତ୍ର କାଟାଗୋରି ରାଜ୍ୟରେ ଥା’ନ୍ତା, ତେବେ ଏବେ ଆମ ଚାଷୀମାନେ ଅଧିକ ଲାଭବାନ ହୋଇପାରିଥା’ନ୍ତେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe