ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ନବୀନ: ୟୁକ୍ରେନ୍‌ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ଭାରତରେ ମେଡିକାଲ ପଢ଼ାଅ

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ନବୀନ ନିବାସ ନ ଆସିବାକୁ ଅନୁରୋଧ

naveenpatnaik.in

ଭୁବନେଶ୍ବର : ୟୁକ୍ରେନ୍‌ ଓ ଋଷ ଭିତରେ ଚାଲିଥିବା ଯୁଦ୍ଧ ପାଇଁ ଓଡ଼ିଶା ସମେତ ଦେଶର ଶତାଧିକ ମେଡିକାଲ ଛାତ୍ରଛାତ୍ରୀ ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି। ‌ୟୁକ୍ରେନ୍ ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାଘାତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଯେପରି ବ୍ୟାଘାତ ନ ହେବ ସେଥିପାଇଁ ଭାରତର ମେଡିକାଲ କଲେଜ ଗୁଡ଼ିକରେ ଯେଭଳି ସେମାନଙ୍କ ଶିକ୍ଷା ଜାରି ରହିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୱାର ଜୋନ୍‌ରେ ରହି ଛାତ୍ରଛାତ୍ରୀମାନେ ମାନସିକ ଭାବେ ଆଘାତ ପାଇଛନ୍ତି। ୟୁକ୍ରେନ୍‌ ପରିସ୍ଥିତିରେ ସୁଧାର ନ ଆସିଲେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାଘାତ ଆଶଙ୍କା ଥିବାରୁ ଜାତୀୟ ମେଡିକାଲ କମିସନ ଓ ମନ୍ତ୍ରଣାଳୟ ଯେପରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ସେଥିଲାଗି ପ୍ରଧାନମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରନ୍ତୁ। ଓଡ଼ିଶା ସରକାର ଏ ନେଇ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe