ଭୁବନେଶ୍ୱର: ପୋଲାଭରମ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପୂର୍ବରୁ ପ୍ରକଳ୍ପ ନିର୍ମାଣ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟକୁ ଚିଠି ଲେଖିଥିଲେ। ଚିଠିରେ ନବୀନ ଦାବି କରିଛନ୍ତି ଯେ, ମାମଲାର ସମାଧାନ ନହେବା ଯାଏଁ ନିର୍ମାଣ କାମ ବନ୍ଦ ହେଉ। ସୂଚନାଯୋଗ୍ୟ ପୋଲାଭରମ ପ୍ରକଳ୍ପ ନିର୍ମାଣ ନେଇ ସୁପ୍ରିମକୋର୍ଟରେ ମାମଲା ଚାଲିଛି।
ପୋଲାଭରମ ପ୍ରକଳ୍ପ ନେଇ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ
Advertisment
Follow Us