ଆଇପିଏସ ସମ୍ମିଳନୀର ଶେଷଦିନରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ,ଆଇନଶୃଙ୍ଖଳା ପରିସ୍ଥିତି ଓ ଅପରାଧ ପ୍ରସଙ୍ଗରେ ଆଲୋଚନା କଲେ

Advertisment
ଆଇପିଏସ ସମ୍ମିଳନୀର ଶେଷଦିନରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ,ଆଇନଶୃଙ୍ଖଳା ପରିସ୍ଥିତି ଓ ଅପରାଧ ପ୍ରସଙ୍ଗରେ ଆଲୋଚନା କଲେ

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ବରିଷ୍ଠ ପୁଲିସ ଅଧିକାରୀ ସମ୍ମିଳନୀର ଗୁରୁବାର ତୃତୀୟ ତଥା ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଛନ୍ତି । ଏହି ଅବସରରେ ପୁଲିସ ଅଧିକାରୀଙ୍କ ସହ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା, ଅପରାଧ ନିୟନ୍ତ୍ରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ସୂଚନାଯୋଗ୍ୟ, ଏହି ପୁଲିସ ଅଧିକାରୀ ସମ୍ମିଳନୀ ୧୩ ତାରିଖ ଠାରୁ ଆରମ୍ଭ ହୋଇଥିଲା । ଏଥିରେ ସବୁ ଜିଲ୍ଲା ଏସପି, ଆଇଜି ଡ଼ିଆଜି ଉପସ୍ଥିତ ରହିଥିଲେ । ମୁଖ୍ୟତଃ ସବୁ ଜିଲ୍ଲାରେ ମଡେଲ ପୁଲିସ ଷ୍ଟେସନ୍‌ ଖୋଲିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହିତ ମାଓ ଦମନ ନେଇ ରଣନୀତି ପ୍ରସ୍ତୁତ ହେବା ସହ ସୋସିଆଲ ମିଡିଆର ଅପବ୍ୟବହାରକୁ କିପରି ରୋକ ଯାଇପାରିବ ତାହା ମଧ୍ୟ ଆଲୋଚନା ହୋଇଥିଲା। ଶେଷଦିନରେ ରାଜ୍ୟର ଉନ୍ନତି ସାଙ୍ଗକୁ ପୁଲିସର ବିକାଶ ନେଇ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe