ବିଦାୟୀ ମନ୍ତ୍ରୀଙ୍କୁ ନବୀନଙ୍କ ଆଶ୍ୱାସନା, ସଂଗଠନ ଦାୟିତ୍ୱ ମିଳିପାରେ

ବନ୍ୟପ୍ରାଣୀ ଆକ୍ରମଣରେ ମୃତାହତ ବ୍ୟକ୍ତିଙ୍କ ପରିବାର ପାଇଁ ସହୟତା ରାଶି ବୃଦ୍ଧି କଲେ ସରକାର

Image Courtesy of The Statesman

ଭୁବନେଶ୍ବର : ଅଦଳବଦଳ ଏକ ସ୍ବାଭାବିକ ପ୍ରକ୍ରିୟା। ବିଜେଡି ଗୋଟିଏ ବଡ଼ ଦଳ। ତେଣୁ ଅଧିକ ଲୋକଙ୍କୁ ସୁଯୋଗ ମିଳିବା ଦରକାର। ସେଥିପାଇଁ ମନ୍ତ୍ରିମଣ୍ଡଳ ଅଦଳବଦଳ ହେଲା। ପ୍ରଦର୍ଶନ ଭିତ୍ତିରେ ମନ୍ତ୍ରୀମାନଙ୍କୁ ପରିବର୍ତ୍ତନ କରାଯାଇ ନାହିଁ। ଆଗକୁ ଲମ୍ବା ଭବିଷ୍ୟତ ପଡ଼ିଛି। ଦଳ ପାଇଁ ନିଷ୍ଠାର ସହ କାମ କର। ଆଜି ଏମିତି ଭାଷାରେ ବିଦାୟୀ ମନ୍ତ୍ରୀମାନଙ୍କୁ ଆଶ୍ବାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍ ସମୟରେ ଭଲ କାମ କରିଥିବାରୁ ମନ୍ତ୍ରୀମାନଙ୍କୁ ବେଶ୍‌ ପ୍ରଶଂସା ବି କରିଥିଲେ। ଆଗାମୀ ଦିନରେ ସଂଗଠନ ପାଇଁ ବଡ଼ ଦାୟିତ୍ବ ଦିଆଯିବ ବୋଲି ସଙ୍କେତ ବି ଦିଆଯାଇଛି।

ନବୀନଙ୍କ ପଞ୍ଚମ ପାଳିର ପ୍ରଥମ ମନ୍ତ୍ରିମଣ୍ଡଳରୁ ୧୧ ଜଣ ମନ୍ତ୍ରୀ ବିଦା ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବିକ୍ରମ କେଶରୀ ଆରୁଖ ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିବେ। ଆଉ ୧୦ ଜଣ ପୂର୍ବତନ ମନ୍ତ୍ରୀ ସୋମବାର ପୂର୍ବାହ୍ନରେ ଡାକରା ପାଇ ନବୀନ ନିବାସ ଯାଇଥିଲେ। ସେମାନେ ହେଲେ ପ୍ରତାପ ଜେନା, ଅରୁଣ କୁମାର ସାହୁ, ପଦ୍ମନାଭ ବେହେରା, ସୁଦାମ ମାର୍ଣ୍ଡି, ସୁଶାନ୍ତ ସିଂହ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର, ରଘୁନନ୍ଦନ ଦାସ ଓ ପଦ୍ମିନୀ ଦିଆନ। ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ୧୫/୨୦ ମିନିଟ୍ କଥା ହୋଇଥିଲେ। ଆଲୋଚନା ସମୟରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଆଶ୍ବାସନା ଏହି ନେତାମାନଙ୍କୁ କେତେ ସନ୍ତୁଷ୍ଟ କରିଛି, ତାହା ଜଣାପଡ଼ି ନାହିଁ। ତେବେ ସାମୟିକ ଭାବେ ମୁଖ୍ୟମନ୍ତ୍ରୀଙ୍କ ଏହି ଆଲୋଚନା ସେମାନଙ୍କୁ ଆଶ୍ବସ୍ତି ଦେଇଥିବା ସେମାନଙ୍କୁ ପ୍ରତିକ୍ରିୟାରୁ ଜଣାପଡ଼ୁଥିଲା। ଦଳର ସଂଗଠନକୁ ଦୃଢ଼ କରିବା ପାଇଁ ସେମାନେ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe