ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହଜାର ହଜାର ସମର୍ଥକଙ୍କ ଭିଡ଼

Advertisment

ରାସ୍ତାର ଉଭୟ ପାର୍ଶ୍ବରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କଲେ ଜନତା

ରାସ୍ତାର ଉଭୟ ପାର୍ଶ୍ବରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କଲେ ଜନତା

ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହଜାର ହଜାର ସମର୍ଥକଙ୍କ ଭିଡ଼

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପୁଣି ଥରେ ପ୍ରଚାରକୁ ଓହ୍ଲାଇଛନ୍ତି। ଆଜି ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀରେ ବିଶାଳ ରୋଡ୍‌ ସୋ କରି ବିଜେଡି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଜିତାଇବାକୁ ଜନତାଙ୍କୁ ନିବେଦନ କରିଛନ୍ତି। ସନ୍ଧ୍ୟାରେ ଏକ ସ୍ବତନ୍ତ୍ର ବସ୍‌ରେ ମୁଖ୍ୟମନ୍ତ୍ରୀ ପୁନମାଗେଟ୍‌ ଠାରୁ ରୋଡ୍‌ ସୋ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କୁ ସମ୍ବୋଧନ କରିଥିଲେ।

ରୋଡ୍‌ ସୋ’ରେ ଏକାମ୍ର ନିର୍ବାଚନମଣ୍ଡଳୀର ହଜାର ହଜାର ନବୀନ ପ୍ରେମୀ ଛକ ଛକରେ ଭିଡ଼ ଜମାଇଥିଲେ। ‘ଆଇ ଲଭ୍‌ ନବୀନ’ ଓ ‘ଆଇ ଲଭ୍‌ ବିଜେଡି’ ପୋଷ୍ଟର ଧରି ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ଦଳୀୟ କର୍ମୀ। ଶଙ୍ଖ ଚିହ୍ନ, ନବୀନ ମୁଖ‌ା ପିନ୍ଧି ହଜାର ହଜାର କର୍ମୀ ରୋଡ୍‌ ସୋ’ରେ ସାମିଲ ହୋଇ ଏକ ନିଆରା ପରିବେଶ ସୃଷ୍ଟି କରିଥିଲେ। ଏଥିସହ ପାରମ୍ପରିକ ବାଦ୍ୟ, ଯୋଡ଼ି ଶଙ୍ଖ ଓ ମା’ମାନଙ୍କ ହୁଳହୁଳି ଶବ୍ଦରେ ଏକାମ୍ର ଅଞ୍ଚଳ ଉଛୁଳି ପଡ଼ିଥିଲା‌। ମୁଖ୍ୟମନ୍ତ୍ରୀ ପୁନମାଗେଟ୍‌ ପାଖରୁ ରୋଡ୍‌ ସୋ’ ଆରମ୍ଭ କରି ଭୀମଟାଙ୍ଗୀ, ସୁନ୍ଦରପଦା, ପୋଖରୀପୁଟ, ଶିରିପୁର ଦେଇ ଏକାମ୍ର ଛକ ପର୍ଯ୍ୟନ୍ତ ଆସିଥିଲେ। ଏହି ସମୟରେ ଛକ ଛକରେ ମୁଖ୍ୟମନ୍ତ୍ରୀଙ୍କୁ କର୍ମୀମାନେ ବାଜା, ବାଣ ଓ ରୋଷଣୀରେ ଭବ୍ୟ ସ୍ବାଗତ କରିଥିଲେ।

ରୋଡ୍‌ ସୋ’ ବେଳେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି କହିଲେ, ‘ମୋର ପ୍ରିୟ ଭାଇ ଓ ଭଉଣୀ ମାନେ ଆପଣ ସମସ୍ତଙ୍କୁ ମୋର ନମସ୍କାର। ଅପାଣମାନେ ଭଲ ଅଛନ୍ତି? ଜୁଲାଇରୁ ବିଜୁଳି ବିଲ୍‌ ବନ୍ଦ ହେବ। ବିଏସ୍‌କେୱାଇ କାର୍ଡରେ ସମସ୍ତଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ମିଳିବ। ଲିଙ୍ଗରାଜ ମନ୍ଦିର କାମ ଭଲ ଚାଲିଛି। ଆପଣମାନେ ଖୁସି ତ? ଏଥିସହ ମୁଖ୍ୟମନ୍ତ୍ରୀ ଶଙ୍ଖ ଚିହ୍ନ ଭଲ କି, ନବୀନ ପଟ୍ଟନାୟକ ଭଲ କି? ବୋଲି ପ୍ରଶ୍ନ ପଚାରିଥିଲେ। ଉତ୍ତରରେ ଲୋକମାନେ ‘ହଁ’ କହିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିନ୍ଦାବାଦ୍‌ ନାରା ଦେଇଥିଲେ। ମୁଖ୍ୟମନ୍ତ୍ରୀ ବିଜୁ ଜନତା ଦଳର ଏକାମ୍ର ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ଓ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ଆଶୀର୍ବାଦ କରି ଦୁଇ ଥର ଶଙ୍ଖ ଚିହ୍ନରେ ଭୋଟ୍‌ ଦେବାକୁ ନିବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe