ସମ୍ବଲପୁର: ୨୯ରେ ନବୋଦୟ ପ୍ରବେଶିକା ପରୀକ୍ଷା

ସମ୍ବଲପୁର: ୨୯ରେ ନବୋଦୟ ପ୍ରବେଶିକା ପରୀକ୍ଷା

Navodaya Vidyalaya Samiti

ବୁର୍ଲା : ଆସନ୍ତା ଅପ୍ରେଲ ୨୯ ରେ ନବୋଦୟ ପ୍ରବେଶିକା ପରୀକ୍ଷା। ଚଳିତ ବର୍ଷ ସମ୍ବଲପୁର ଜିଲ୍ଲା ୯ ଟି ବ୍ଲକ୍ ର ୫୧୬୦ ଜଣ ଛାତ୍ରଛାତ୍ରୀ ୨୮ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାପାଇଁ ସ୍ଥିରୀକୃତ ହୋଇଛି। ନବୋଦୟ ପ୍ରବେଶିକା ପରୀକ୍ଷାର ପରୀକ୍ଷା ଫଳ ପ୍ରକାଶିତ ହେବାପାଇଁ ଦେଢ ରୁ ଦୁଇ ମାସ ସମୟ ଲାଗିଥାଏ। ଅପର ପକ୍ଷରେ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ବିଶେଷ କରି ଘରୋଇ ବିଦ୍ୟାଳୟ ମାନଙ୍କରେ ନାମ ଲେଖା ପ୍ରକ୍ରିୟା ଏବଂ ପୁସ୍ତକ ବିକ୍ରୟ ଶେଷ ହେବା ଉପରେ।

ତେବେ ବର୍ତ୍ତମାନ ଅଭିଭାବକ ମାନେ ଦ୍ବନ୍ଦରେ ପଡ଼ି ଯାଇଛନ୍ତି। ଗୋଟିଏ ପଟେ ନାମ ଲେଖା ଏବଂ ପୁସ୍ତକ କ୍ରୟରେ ଅନେକ ଅର୍ଥ ଖର୍ଚ୍ଚ ହୋଇ ସାରିଥିବା ବେଳେ ତାଙ୍କ ପୁଅଝିଅ ନବୋଦୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଖର୍ଚ୍ଚ କରିଥିବା ଅର୍ଥ କ୍ଷତି ହେବା ଥୟ ହୋଇଛି। କାରଣ ଘରୋଇ ବିଦ୍ୟାଳୟ ଗୁଡ଼ିକରେ ନାମଲେଖା ଅର୍ଥ ଓ କିଣା ଯାଇଥବା ପୁସ୍ତକକୁ ଫେରାଇବାର ବ୍ୟବସ୍ଥା ନାହିଁ। ଏ ଦିଗରେ ଉଚିତ୍ ପଦକ୍ଷେପ ଗ୍ରହଣ କରି ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ମାନଙ୍କୁ ନାମଲେଖା ତଥା ପୁସ୍ତକ କ୍ରୟ ପାଇଁ ଅତିରିକ୍ତ ସମୟ ପ୍ରଦାନ କରିବା ପାଇଁ ଅଭିଭାବକ ମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe