ନକ୍ସଲ ପୁଲିସ ମୁହାଁମୁହିଁ, ବହୁ ନକ୍ସଲ ମୃତାହତ ହୋଇଥିବା ଆଶଙ୍କା

Advertisment
ନକ୍ସଲ ପୁଲିସ ମୁହାଁମୁହିଁ, ବହୁ ନକ୍ସଲ ମୃତାହତ ହୋଇଥିବା ଆଶଙ୍କା

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାରେ ପୁଲିସ ନକ୍ସଲ ମୁହାଁମୁହିଁ ହୋଇଛନ୍ତି। କାଂକେର ଜିଲ୍ଲାର ନକ୍ସଲ ପ୍ରବଣ ତାଡୋକି ଅଂଚଳର କୋସରୋଣ୍ଡା ଜଂଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ପୁଲିସ ଜାଣିବା ପରେ ଏହି ଅଂଚଳକୁ ଡିଆରଜି ଏବଂ ଏସଏସବି ଯବାନ ସର୍ଚ୍ଚ ଅପରେସନ ପାଇଁ ବାହାରିଥିଲେ।ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ।ପ୍ରାୟ ଏକ ଘଣ୍ଟା ଧରି ଗୁଳିବିନିମୟ ଘଟିଥିବା ଏସପି ସଲଭ ସିହ୍ନା ପ୍ରକାଶ କରିଛନ୍ତି। ତେବେ ଏହି ଅଂଚଳ ଘଂଚ ଜଂଗଲ ହୋଇଥିବାରୁ ନକ୍ସଲ ଖସି ପଳାଇବାରେ ସକ୍ଷମ ହୋଇଥିଲେ।

ତେବେ ଘଟଣାସ୍ଥଳରେ ପୁଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ବହୁ ସ୍ଥାନରେ ରକ୍ତ ଛିଟା ପଡିଥିବା ଦେଖିବାକୁ ମିଳିଥିଲା। ହୁଏତ ବହୁ ନକ୍ସଲ ମୃତ୍ୟୁବରଣ କରିଥାଇପାରନ୍ତି ବୋଲି ପୁଲିସ ଅନୁମାନ କରିଛି, ଯାହାକୁ ନକ୍ସଲ ଟେକି ନେବାରେ ସଫଳ ହୋଇଛନ୍ତି।ତେବେ ଏବେ ବି ଏହି ଅଂଚଳରେ ଯବାନ କୁମ୍ବିଂ କରୁଥିବା କୁହାଯାଇଛି। କେତେ ନକ୍ସଲ ମୃତାହତ ହୋଇଛନ୍ତି ସଠିକ ବିବରଣୀ ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe