ନକ୍ସଲ ଗିରଫ, ଜୀବନ୍ତ ଇନସାସ ଗୁଳି ଜବତ

Advertisment
ନକ୍ସଲ ଗିରଫ, ଜୀବନ୍ତ ଇନସାସ ଗୁଳି ଜବତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ପୁଲିସ ଜଣେ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି। ଜିଲ୍ଲା ପୁଲିସ ଏବଂ ସିଆରପିଏଫର ୧୫୦ ବାଟାଲିୟନ ସର୍ଚ୍ଚ ଅପରେସନ ପାଇଁ ଚିନ୍ତାଗୁମ୍ଫା ଅଂଚଳର ତାଡପାରା ଅଂଚଳରେ ଯାଇଥିଲେ। ସେଠାରେ ଜଣେ ସନ୍ଦିଗ୍ଧକୁ ଯବାନ ଧରି ପଚରାଉଚରା କରିବା ପରେ ସେ ଜନମିଲିସିଆ ସଦସ୍ୟ ମୁଚାକୀ ଭୀମା ଅରଫ ମୁକ୍କା(୨୮) ବୋଲି ପରିଚୟ ଦେଇଥିଲା। ଗତ ଜାନୁଆରିରେ ଚିନ୍ତାଗୁମ୍ଫା ଅଂଚଳରେ ପୋଲିସ ଉପରେ ଆକ୍ରମଣରେ ମୁଚାକୀ ସାମିଲ ଥିବା ସ୍ବୀକାର କରିଥିଲା। ଗିରଫ ନକ୍ସଲ ଠାରୁ ଜୀବନ୍ତ ଇନସାସ ଗୁଳି ଜବତ କରିଛି ପୁଲିସ। ଅଧିକା ତଥ୍ୟ ପାଇଁ ପଚରାଉଚରା କରି ପୁଲିସ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe