India Today
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଲିସକୁ ହତ୍ୟା ମାମଲାରେ ଜଡ଼ିତ ଜଣେ ନକ୍ସଲ ଗିରଫ େହାଇଛି। ତା' ନାମ ଅର୍ଜୁନ କୁଞ୍ଜାମ(୨୭) ଏବଂ ସେ ପାମେଡ ସଙ୍ଗଠନରେ ଜନ ମିଲିସିଆ ସଦସ୍ୟ ରୂପେ କାମ କରୁଥିଲା। ଅର୍ଜୁନ ତୋଙ୍ଗଗୁଡା ଠାରେ ଜଣେ ପୁଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା ବେଳେ ଗାଡ଼ିରେ ନିଆଁ ଲଗାଇବା ଘଟଣାରେ ସାମିଲ ଥିଲା। ୨୦୦୭ରେ ୧୨ ଜଣ ଯବାନଙ୍କୁ ହତ୍ୟା ଘଟଣାରେ ମଧ୍ୟ ସାମିଲ ଥିବା ଅର୍ଜୁନ ପୁଲିସ ସମ୍ମୁଖରେ ସ୍ବୀକାର କରିଛି। ୨୦୧୦ରେ ପାମେଡ ଠାରେ ଏକ କିରାଣି ଦୋକାନରେ ଦୁଇ ଜଣ ଯବାନଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ତାର ହାତ ଥିଲା।
Follow Us