ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଓ୍ୱାଡା ପୁଲିସକୁ ମାଓବାଦୀ ଗିରଫ କରିବାରେ ସଫଳତା ହାସଲ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ ସୁରନାର ଜଂଗଲରେ କୁମ୍ବିଂ କରୁଥିବା ବେଳେ ଜଂଗଲରେ ଏହି ଦୁର୍ଦାନ୍ତ ନକ୍ସଲ ଯବାନଙ୍କୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରୁଥିଲା।ତେବେ ଯବାନ ଜଂଗଲରେ ଘେରି ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଗିରଫ ନକ୍ସଲ ଜଣକ ହେଲା କୋସା ମାଡକାମ। କୋସା କଟେକଲ୍ୟାଣ ଏରିଆ କମିଟିର ମେମ୍ବର ବୋଲି ଜଣାପଡିଛି। କୋସା ନାମରେ ଲୁଟପାଟ, ନିଆଁ ଲଗାଇବା, ପୁଲିସ ଉପରେ ଆକ୍ରମଣ କରିବା, ବୋମା ଖଞ୍ଜିବା ଭଳି ସଂଗୀନ ଅଭିଯୋଗ ରହିଥିବା ପୁଲିସ କହିଛି। କୋସା ନାମରେ ଛତିଶଗଡ ସରକାର ଏକ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ପୁଲିସ କୋସାକୁ ଗିରଫ କରିବା ପରେ ପଚରାଉଚରା କରୁଛି। ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପୁଲିସକୁ ମିଳିବ ବୋଲି ସୂଚନା ମିଳିଛି।
୧ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ନକ୍ସଲ ଗିରଫ
Advertisment
Follow Us