କେନ୍ଦ୍ର-ରାଜ୍ୟ ସରକାର ଉପରେ ବର୍ଷିଲା ମାଓ ସଂଗଠନ

ଆମର ସିଏମସିର ଆହ୍ବାନକୁ ପାଳନ କରନ୍ତୁ ଏବଂ ଦକ୍ଷିଣ ସବ ଜୋନ ଅଞ୍ଚଳରେ ପିଏଲଜିଏକୁ ଧୁମଧାମରେ ପାଳନ କରନ୍ତୁ ବୋଲି ଦକ୍ଷିଣ ବସ୍ତର ମାଓ ଡିଭିଜନ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛି।

ଅଦ୍ୟତନ ହୋଇଛି
Mkg naxal killed youth

ମାଲକାନଗିରି: ଆମ ଦେଶରେ ନବ-ଜନବାଦୀ ବିପ୍ଳବକୁ ସଫଳ କରିବା ଲକ୍ଷ୍ୟରେ ପିଏଲଜିଏ ଲୋକ ଯୁଦ୍ଧରେ ପରିଣତ ହୋଇ ଇତି ମଧ୍ୟରେ ୨୪ ବର୍ଷ ବିତିଛି। ଏହି ପରିପ୍ରେକ୍ଷୀରେ, ଆମର ସିଏମସିର ଆହ୍ବାନକୁ ପାଳନ କରନ୍ତୁ ଏବଂ ଦକ୍ଷିଣ ସବ ଜୋନ ଅଞ୍ଚଳରେ ପିଏଲଜିଏକୁ ଧୁମଧାମରେ ପାଳନ କରନ୍ତୁ ବୋଲି ଦକ୍ଷିଣ ବସ୍ତର ମାଓ ଡିଭିଜନ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛି।

ଗତ ଏକ ବର୍ଷରେ ଅପରେସନ କଗାରକୁ ବିଫଳ କରିବା ପାଇଁ ଯେଉଁ ସାଥୀମାନେ ନିଜର ବଳିଦାନ ଦେଇଛନ୍ତି, ସେମାନଙ୍କୁ ମନେ ପକାଇବା ସହ ସେମାନଙ୍କର ବଳିଦାନ ବିଫଳ ହେବାକୁ ଦେବା ନାହିଁ ବୋଲି କୁହାଯାଇଛି। କେନ୍ଦ୍ର ସରକାରଙ୍କର ଅପରେସନ କଗାରକୁ ବିଫଳ କରିବା ପାଇଁ ଏବଂ ଆମେ ଆମର ଆତ୍ମରକ୍ଷା କରିବା ପାଇଁ ବାଧ୍ୟ ହୋଇ ଆମେ ଧର୍ମାରାମ କ୍ୟାମ୍ପ ଉପରେ ହମଲା କରିବା, ଜିରାଗୁଡେମରେ ଆମ୍ବୁସ ଲଗାଇବା, ତିପୁଡାମରେ ପୁଲିସ ଉପରେ ଆକ୍ରମଣ କରିବା ଭଳି ହିଂସା ଘଟାଇଛୁ।

ଜନତାଙ୍କ ସହଯୋଗରେ ଆମେ ବହୁ ଯୋଜନାକୁ ବିଫଳ କରିପାରିଛୁ, ଯେପରି ଗତ ଏପ୍ରିଲ ୨ ତାରିଖରେ ନେଡ୍ରା-କୋଚିଲ ଗ୍ରାମ ନିକଟରେ ୫ ହଜାର ପୁଲିସ କର୍ମୀ ଆମ ଉପରେ ଆକ୍ରମଣ କରିଥିଲେ। କିନ୍ତୁ ଆମେ ପୁଲିସକୁ ଚକମା ଦେଇ ଖସି ପଳାଇବାରେ ସକ୍ଷମ ହୋଇଥିଲୁ। ଫାଶୀବାଦୀ ଆରଏସଏସ-ବିଜେପିକୁ କେନ୍ଦ୍ରରୁ ତଡିବୁ। ଏଥିରେ ଲୋକଙ୍କର ସହଯୋଗ ରହିଛି ବୋଲି କୁହାଯାଇଛି।

ଛତିଶଗଡ ସରକାର ଭିଜନ-୨୦୪୭ ନାମରେ ରାଜ୍ୟର ସମସ୍ତ ଜଳ,ଜଂଗଲ ଜମି କୋରପୋରେଟମାନଙ୍କୁ ହସ୍ତାନ୍ତର କରିବା ପାଇଁ ଯୋଜନା କରିଛି।କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ସଂଗଠନ ଗର୍ଜିଛି। ନକ୍ସଲ ସଂଗଠନକୁ ମୂଳତ୍ପାଟନ କରିବା ପାଇଁ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା କେବେ ସଫଳ ହେବ ନାହିଁ ବୋଲି ସଂଗଠନର ପ୍ରବକ୍ତା ସମତା ପ୍ରକାଶ କରିଛି। ସମସ୍ତେ ଚଳିତ ବର୍ଷ ପିଏଲଜିଏକୁ ଆସନ୍ତାକାଲି ଅର୍ଥାତ ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପାଳନ କରନ୍ତୁ ବୋଲି ସଂଗଠନ ପକ୍ଷରୁ ନିବେଦନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe