୨୭ରେ ନକ୍ସଲଙ୍କ ଭାରତ ବନ୍ଦ ଡାକରା

Advertisment
ଆଜି ‘ଭାରତ ବନ୍ଦ’

www.jagran.com

ମାଲକାନଗିରି: ମାଓ ସଂଗଠନର ସେଣ୍ଟ୍ରାଲ କମିଟି ପକ୍ଷରୁ ଆଜି ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ଆସନ୍ତା ୨୭ ତାରିଖ ଦିନ ଭାରତ ବନ୍ଦ ଡାକରା ଦେଇଛନ୍ତି। ସେଣ୍ଟ୍ରାଲ କମିଟିର ମୁଖପାତ୍ର ଅଭୟ ଏହି ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି।ସେ ଏହି ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ ଗତ ୧୦ ମାସ ଧରି କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ ବିରୋଧରେ କୃଷକ ସଂଗଠନ ଆନ୍ଦୋଳନ କରିଆସୁଥିବା ବେଳେ ଏହାକୁ କେନ୍ଦ୍ର ସରକାର ନହଟାଇ କୃଷି ମାରଣ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରାଯାଇଛି।

ଭାରତ ଏକ କୃଷି ପ୍ରାଧାନ୍ୟ ଦେଶ।ତେବେ ଚାଷୀ ମାରଣ ନୀତି ବନ୍ଦ କରି କିପରି କୃଷକମାନଙ୍କର ଉନ୍ନତି ହେବ ସେନେଇ କେନ୍ଦ୍ର ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ସେହିପରି ଉତ୍ତରପ୍ରଦେଶରେ ଯୋଗୀ ସରକାର କିପରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ସେନେଇ ଅଭୟ ନିଜ ପ୍ରେସ ବିଜ୍ଞପ୍ତିରେ ବଖାଣିଛନ୍ତି। ପଶ୍ଚିମବଙ୍ଗରେ ଯେପରି ବିଜେପି ଧରାଶାୟୀ ହୋଇଥିଲା। ସେହିପରି ଆଗାମୀ ଉତ୍ତରପ୍ରଦେଶ ଏବଂ ବିହାର ବିଧାନସଭା ନିର୍ବାଚନରେ ମଧ୍ୟ ସେଭଳି ଅବସ୍ଥା ହେବ ବୋଲି ମାଓ ସଂଗଠନ କହିଛି। ଦେଶରେ ରୋଜଗାର ମିଳୁନଥିବା ବେଳେ ବେକାର ଯୁବକଯୁବତୀ ବିପଥାଗାମୀ ହେଉଛନ୍ତି। ତେଲ ଦର ଆକାଶ ଛୁଆଁ ହୋଇଥିବା ବେଳେ ଅତ୍ୟାବଶକୀୟ ସାମଗ୍ରୀର ଦର ମଧ୍ୟ ହୁ ହୁ ହୋଇ ବଢିବାରେ ଲାଗିଛି। ଲୋକଙ୍କ ଜୀବନ ଜୀବିକା ଉପରେ ଏହାର ପ୍ରଭାବ ପଡୁଛି। ଲୋକେ ତ୍ରାହୀ ତ୍ରାହୀ ଡାକ ଛାଡିଲେଣି ବୋଲି ସଂଗଠନ କହିଛି।

ଏହି ଦେଶ ପୁଞ୍ଜିପତି, ସାମ୍ରାଜ୍ୟବାଦୀମାନଙ୍କ ହାତରେ ବିକ୍ରି ହୋଇଯାଇଛି। କରୋନା କହି ଦୀର୍ଘ ଦିନ ଧରି ଲକଡାଉନ କରିବା ଏବଂ ଲୋକଙ୍କ ଜୀବିକା ଉପରେ ମାଡ ମାରିବା କାମ କେନ୍ଦ୍ର ସରକାର କରୁଛି। କଲୋନା ସଂକ୍ରମଣ ହେବାରେ କେନ୍ଦ୍ର ସରକାର ଦାୟୀ ବୋଲି ଅଭିଯୋଗ କରିଛି। ଲକ୍ଷ ଲକ୍ଷ ଲୋକ କରୋନାରେ ମୃତ୍ୟୁବରଣ କରୁଥିଲେ ମଧ୍ୟ ସରକାର ଏନେଇ କୌଣସି ବିହିତ ପଦକ୍ଷେପ ନେଲେ ନାହିଁ। ତେଣୁ ଆଗାମୀ ଦିନରେ ଏହି ସରକାରଙ୍କୁ ପରାସ୍ତ କରିବା ପାଇଁ ଲଢେଇ ଜାରି ରହୁ ବୋଲି ଆହ୍ବାନ ଦିଆଯାଇଛି। ତେଣୁ ଆସନ୍ତା ୨୭ ତାରିଖ ଦିନ କେନ୍ଦ୍ର ସରକାରଙ୍କର କୃଷି ନୀତି ଏବଂ ଦରଦାମ ବୃଦ୍ଧିକୁ ନେଇ ଭାରତ ବନ୍ଦର ଡାକରା ଦେଇଛି ମାଓ ସଂଗଠନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe